ନିଶ୍ଚିନ୍ତକୋଇଲି-କ୍ରମାନ୍ୱୟ ଭାବରେ ଓଡ଼ିଶା ରେ ଯେଭଳି ଭାବରେ ସାମ୍ବାଦିକ ମାନଙ୍କ ଉପରେ ଆକ୍ରମଣ, ମାଡ଼ ଓ ମିଛ କେସ୍ ରେ ଫସାଇ ହଇରାଣ ହରକତ କରାଯାଉଛି ତାହା ଗଣତାନ୍ତ୍ର ପାଇଁ ଆଦୌଁ ଶୁଭଙ୍କର ନୁହେଁ।
ଗତ ୫ ତାରିଖ ରେ ବାଲେଶ୍ଵର ଜିଲ୍ଲା ନୀଳଗିରି ର କନକ ନିଉଜ୍ ର କାର୍ଯ୍ୟରତ ସାମ୍ବାଦିକ ଲୋକନାଥ ଦଳାଇ ଙ୍କୁ ଥାନାରେ ପୋଲିସ ର ମାଡ଼ ଏବଂ ଗୁରୁତର ଅବସ୍ଥାରେ ମେଡିକାଲ ରେ ଭର୍ତ୍ତି କରାଯାଇ ଗୋଡ଼ରେ ବେଡ଼ି ପକାଇ ରଖାଗଲା, ଯାହାକି ବ୍ରିଟିଶ ଶାସନ କୁ ବଦିଗଲା। ଏପଟେ ଜଗତସିଂହପୁର ଜିଲ୍ଲା ବିରିଡ଼ି ବ୍ଲକ ରେ ବିଡ଼ିଓ ଙ୍କ ମନମାନି ରେ ବ୍ଲକ ପ୍ରଶାସନ ଚାଲିବାରୁ,ଲୋକ ମାନଙ୍କର ଅଭିଯୋଗକ୍ରମେ ଜଗତସିଂହପୁର ଜିଲ୍ଲା ର କର୍ତ୍ତବ୍ୟରତ ନିଉଜ୍ 7 ର ସାମ୍ବାଦିକ ମନୋଜ ଦାସ ଙ୍କୁ ବିରିଡ଼ି ବ୍ଲକ ବିଡ଼ିଓ ଙ୍କ ଅଶାଳୀନ ବ୍ୟବହାର ସହ ଧମକ ଚମକ ଦେବା ଘଟଣା ରେ ଆଜି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି “ମିଡ଼ିଆ ବ୍ରଦର୍ସ” ଏବଂ ଅନ୍ୟ ସାମ୍ବାଦିକ ଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନିଶ୍ଚିନ୍ତକୋଇଲି ବିଡ଼ିଓ ଙ୍କ ଜରୀଆରେ ଏକ ଦାବି ପତ୍ର ଦିଆ ଯାଇଛି। ଏହି ଦାବି ପତ୍ର ରେ ଉଭୟ ସାମ୍ବାଦିକ ଙ୍କ ହୋଇଥିବା ଅନ୍ୟାୟ ଏବଂ ଦୁର୍ବ୍ୟବହାର କରିଥିବା ପୋଲିସ ଓ ପ୍ରଶାସନିକ ଅଧିକାରୀ ଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅନୁରୋଧ କରିଛନ୍ତି।