କେନ୍ଦ୍ରାପଡ଼ା ; ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡ଼ା ଟ୍ରେଜେରୀ ଅଫିସର ବରିଷ୍ଠ କିରାଣୀ।ଫାଇନାଲ୍ ପେନସନ କରାଇବା ପାଇଁ 5 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡିବସିଲା କଟକ ଭିଜିଲାନ୍ସ ବିଭାଗ।ଅଭିଯୋଗ ଅନୁଯାୟୀ କେନ୍ଦ୍ରାପଡ଼ା ବାଳିକା ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରି ଗତ କିଛି ଦିନ ତଳେ ଅବସର ନେଇଥିବା ଜନୈକା ଶିକ୍ଷୟିତ୍ରୀଙ୍କ ଠାରୁ ତାଙ୍କ ଫାଇନାଲ୍ ପେନସନ କରାଇଦେବା ପାଇଁ 7 ହଜାର ଟଙ୍କା ଲାଞ୍ଚ ମାଗିଥିଲେ କେନ୍ଦ୍ରାପଡ଼ା ଟ୍ରେଜେରୀ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ସମରା ହେମ୍ବ୍ରମ।
ଲାଞ୍ଚ ବାବଦକୁ ଶିକ୍ଷୟିତ୍ରୀଙ୍କ ସ୍ୱାମୀ ପୁର୍ବରୁ 2 ହଜାର ଟଙ୍କା ଦେଇସାରିବା ପରେ ଆଉ 5 ହଜାର ଟଙ୍କା ଦେବା ପୂର୍ବରୁ କଟକ ଭିଜିଲାନ୍ସ ଟିମ ସହ ଯୋଗାଯୋଗ କରିବା ପରେ ଆଜି ଭିଜିଲାନ୍ସ ବିଭାଗ ସମରାଙ୍କୁ ଟଙ୍କା ନେବା ସମୟରେ ମାଡି ବସିଥିଲା।ଭିଜିଲାନ୍ସ ବିଭାଗ ୨୫ ନମ୍ବରରେ କେଶ ଦାଏର କରିଥିବା ସୂଚନା ମିଳିଛି।ଅନ୍ୟପଟେ ସମରାଙ୍କ କାର୍ଯ୍ୟାଳୟ, ବାସଭବନ ଓ ପୈତୃକ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି।mpx tv