ଭୁବନେଶ୍ୱର: ଝାରପଡ଼ାରେ ଗଣେଷ ମଣ୍ଡପ ହାଟ ଭଙ୍ଗାକୁ ନେଇ ଉତ୍ତେଜନା । ବିନା ନୋଟିସରେ ଉଚ୍ଛେଦ କରାଯାଉଥିବାରୁ ବ୍ୟବସାୟୀମାନେ ଏହାକୁ ବିରୋଧ କରିଛନ୍ତି। ସ୍ଥାନୀୟ ଅଞ୍ଚଳରେ ବିଜେପି କର୍ପୋରେଟର ଜିତିଥିବାରୁ ବିଜେଡି ଆକ୍ରୋଶ ମୂଳକ ଭାବେ ଏପରି କରୁଥିବା ଅଭିଯୋଗ ହୋଇଛି।
ଉତ୍ତ୍ୟକ୍ତ ବ୍ୟବସାୟୀ ଓ ସ୍ଥାନୀୟ ଲୋକମାନେ ଲକ୍ଷ୍ମୀସଗାର ଗୋଲେଇ ଛକ ନିକଟରେ କଟକ -ପୁରୀ ରୋଡର ଝାରପଡା ଓଭରବ୍ରିଜ ନିକଟରେ ରାସ୍ତାରୋକ କରିଛନ୍ତି। ରାସ୍ତା ଅବରୋଧ ଯୋଗୁ ଶହଶହ ଗାଡ଼ି ଅଟକି ରହିଛି।
ଖବର ପାଇ ବିଜେପି ନେତା ସୁନୀତ ମୁଣ୍ଡ୍, ବାବୁ ସିଂହ ଓ ଜଗନ୍ନାଥ ପ୍ରଧାନ ସ୍ଥାନୀୟ ଲୋକଙ୍କ ସମର୍ଥନରେ ସେଠାରେ ପହଞ୍ଚିଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବାରୁ ବିପୁଳ ସଂଖ୍ୟାରେ ପୁଲିସ୍ ଫୋର୍ସ ମଧ୍ୟ ମୁତୟନ ହୋଇଛନ୍ତି।
ବାବୁ ସିଂହ କହିଛନ୍ତି, “୩୩ ନମ୍ବର ୱାର୍ଡରେ ବିଜେପି କର୍ପୋରେଟର ଜିତିଥିବାରୁ ବିଜେଡି ଆକ୍ରୋଶ ରଖି ଏପରି କରୁଛି। ନିର୍ବାଚନ ରେଜଲ୍ଟ ବାହାରିବା ଦିନ ଗୋଟିଏ ଦୋକାନ ଭାଙ୍ଗି ଦିଅଯାଇଥିଲା। ଆଜି ସବୁ ଦୋକାନ ଭଙ୍ଗା ଯାଇଛି। ସରକାର ଯଦି ଲୋକଙ୍କ ପେଟକୁ ଦାନା ଦେଇପାରିବନି, ତାହାହେଲେ ସେମାନଙ୍କ ଦୋକାନକୁ ଭାଙ୍ଗିବାକୁ କିଏ ଅଧିକାର ଦେଲା mpx tv odisha