ଚାନ୍ଦବାଲି- ବହୁ ଚର୍ଚ୍ଚିତ କ୍ୟାମେରା ମ୍ୟାନ୍ ମାନସ ହତ୍ୟା ଘଟଣାରେ ଦ୍ୱିତୀୟ ପ୍ରର୍ଯାୟ ତିନିଦିନ ପାଇଁ ରିମାଣ୍ଡରେ ଯାଇଥିବା ଝୁନୁ ଓ ଶର୍ମିଷ୍ଠାଙ୍କୁ ଆଜି ଚାନ୍ଦବାଲି ଜେ.ଏମ.ଏଫ୍.ସି କୋର୍ଟରେ ହାଜର କରିଥିଲା କ୍ରାଇମବ୍ରାଞ୍ଚ ଟିମ୍। ଦୁଇ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ଆଉ ରିମାଣ୍ଡ ଆବେଦନ କରିନଥିବା ବେଳେ ମାନ୍ୟବର ବିଚାରପତି ଦୁଇଜଣଙ୍କୁ ବିଚାର କରି ୧୧.୦୪ ପର୍ଯ୍ୟନ୍ତ ଭଦ୍ରକ ଉପକାରାଗାର ହାଜତକୁ ପଠାଇଥିଲେ।
ତେବେ ପୂର୍ବରୁ ଏହି ଦୁଇ ଅଭିଯୁକ୍ତଙ୍କ ବେଲ୍ କୁ ଚାନ୍ଦବାଲି ଜେ.ଏମ.ଏଫ୍.ସି କୋର୍ଟ ଖାରଜ କରିଥିବା ବେଳେ ଦ୍ୱିତୀୟ ଥର ଆଉ ବେଲ୍ ଆବେଦନ କରିନଥିଲେ। ତେବେ କୋର୍ଟ ପରିସରରୁ ତାଙ୍କୁ କଡ଼ା ସୁରକ୍ଷା ସହିତ ଭଦ୍ରକ ଉପକରାଗାରକୁ ନିଆଯାଇଛି।ରିପୋର୍ଟ-ଦେବକାନ୍ତ ମହାନ୍ତି, ଚାନ୍ଦବାଲି