ନିଳଗିରୀ ପୁଲିସର ଦବଙ୍ଗଗିରୀ

ବାଲେଶ୍ବର : ପୁଣିଥରେ ନିଳଗିରୀ ପୁଲିସର ଦବଙ୍ଗ ଗିରୀ ଦେଖିବାକୁ ମିଳିଛି। ମିଛ ମାମଲା ଆଧାରରେ ଜୈନିକ ଜଣେ ଟିଭି ଗଣମାଧ୍ୟମର ପ୍ରତିନିଧିକୁ ଗିରଫ କରିଥିବା ଜାଣିବାକୁ ମିଳିଛି। ସୂଚନା ରୁ ଜଣାଯାଏ ବାଲେଶ୍ବର ଜିଲ୍ଲା ନିଳଗିରୀ ବ୍ଲକର ଜଣେ ଟିଭି ଗଣମାଧ୍ୟମର ପ୍ରତିନିଧିଙ୍କୁ ପୁଲିସ ମିଛ ମାମଲାରେ ଫସାଇ ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ଗତ ମଙ୍ଗଳବାର ରାତିରେ ସାମ୍ବାଦିକ ଲୋକନାଥ ଦଳେଇ ରାତିରେ ଘରକୁ ଫେରୁଥିବା ସମୟରେ ନିଳଗିରୀ ଥାନାର ଜଣେ କର୍ମଚାରୀ ତାଙ୍କ ଗାଡିକୁ ଧକ୍କା ଦେଇଥିଲେ। ଘଟଣା ସ୍ଥଳରେ ସାମନ୍ୟ ଉଭୟଙ୍କ ମଧ୍ୟରେ କଥା କଟା କଟି ହୋଇଥିଲା ।

ଘଟଣା ସ୍ଥଳରୁ ସ୍ଥାନୀୟ ବାସିନ୍ଦା ମାନେ ଉଭୟକୁ ବୁଝା ସୁଝା କରି ସମାଧାନ କରିଥିଲା ବେଳେ ବୁଧବାର ସକାଳେ ହଟାତ୍ ନୀଳଗିରି ପୁଲିସ ଲୋକନାଥ ଦଳାଇଙ୍କୁ ଗିରଫ କରିବା ସହିତ ୧୨ଘଣ୍ଟା ଥାନାରେ ଅଟକ ରଖି ନାନାଦି ନିର୍ଯାତନା ଦେଇଥିବା ଜଣା ପଡିଛି। ତେବେ ସାମ୍ବାଦିକଙ୍କ ସାସ୍ଥ୍ୟବସ୍ତା ଖରାପ ହୋଇଥିବା ଯୋଗୁ ତାଙ୍କୁ ଗତକାଲି ରାତିରେ ବାଲେଶ୍ବର ଜିଲ୍ଲା ବଡମେଡିକାଲରେ ଭର୍ତ୍ତି କରାଯାଇଛି। ପୁଣି ଗୋଡ଼ରେ ବେଡି ପକାଇ ରଖିଥିଲେ।ଏଠି ପ୍ରଶ୍ନ ଉଠେ ସାମ୍ବାଦିକ ଜଣକ ଏମିତି କେଉଁ ଅପରାଧ କରିଦେଲେ ଯେ ତାଙ୍କୁ ଏଭଳି ଦଣ୍ଡ ମିଳିଲା। ତେବେ ନିଳଗିରୀ ପୁଲିସର ଏଭଳି ଆକ୍ରୋଶ ମୁଳକ ଭାବେ କାର୍ଯ୍ୟକରିଥିବା ଘଟଣାକୁ ସମସ୍ତ ମହଲରେ ନିନ୍ଦା ପ୍ରକାଶ ହୋଇଛି।Report- Sharat nayak Soro

Share this…
Share on Facebook

Facebook