ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ।ବଡ଼ତ୍ରୀବିଡା ଗ୍ରାମରେ ୭ଟି ପରିବାର ଆଜିକୁ ପ୍ରାୟ ୪୦ବର୍ଷ ଉର୍ଦ୍ଧ୍ବ ହେବ ସରକାରୀ ଜାଗାକୁ ଜବରଦଖଲ କରି ଦୋକାନ ବଜାର କରି ପରିବାର ପ୍ରତିପୋଷଣ କରିଆସୁଥିଲେ।ଉକ୍ତ ଜବରଦଖଲ ଜାଗାକୁ ସରକାର ନିଜ ଅଧିନକୁ ଆଣିବା ନିମନ୍ତେ ବାରମ୍ବାର ନୋଟିସ ଦେଇଥିଲେ ମଧ୍ୟ ଜବରଦଖଲ କାରିମାନେ ଭୃକ୍ଷେପ କରିନଥିଲେ।
ଶେଷରେ ପ୍ରଶାସନ ବାଧ୍ୟ ହୋଇ ଆଜି କଣିହାଁ ତହସିଲଦାର ପତିତପାବନ ଦେବତାଙ୍କ ନେତୃତ୍ୱରେ ଏବଂ ଅତିରିକ୍ତ ତହସିଲଦାର ପ୍ରଭାତ ରଂଜନ ବିଶ୍ୱାଳ,କଣିହାଁ ଥାନା ଅଧିକାରୀ କିଶୋର କୁମାର ସାମଲ, ଏବଂବଡ଼ତ୍ରୀବିଡା ଗ୍ରାମ କମିଟିଙ୍କ ମିଳିତ ସହଯୋଗରେ ଉକ୍ତ ସରକାରୀ ଜାଗାରେ ବେଆଇନ୍ ଭାବରେ କରିଥିବା ୭ଟି ଦୋକାନ ଗୁଡିକୁ ଜେସିବି ଲଗାଇ ଭାଙ୍ଗି ଦିଆଯାଇଥିଲା।ଶେଷରେ ଗ୍ରାମବାସୀ ପ୍ରଶାସନିକ କାର୍ଯ୍ୟକୁ ଧନ୍ୟବାଦ ଜଣାଇଥିଲେ।। ଅନୁଗୋଳ ରୁ ଦିଲୀପ ନାୟକ ଙ୍କ ରିପୋର୍ଟ mpx tv