ପିପିଲି: ଆଜି ଭାରତୀୟ ଜନତା ପାର୍ଟି ର ୪୨ ତମ ପ୍ରତିଷ୍ଠା ଦିବସ । ଏଥିପାଇଁ ସାରା ଦେଶରେ ବିଜେପି ତାର ପ୍ରତିଷ୍ଠା ଦିବସ ପାଳନ କରୁଥିବା ବେଳେ ପୁରୀ ଜିଲ୍ଲା ପିପିଲି ରେ ଜିଲ୍ଲା ବିଜେପି ସଭାପତି ଶ୍ରୀ ଆଶ୍ରୀତ ପଟ୍ଟନାୟକ ଙ୍କ ନେତୃତ୍ୱରେ ସ୍ଥାନୀୟ କ୍ରୀଷ୍ଣା ଗାର୍ଡେନ ଠାରେ ଏହି ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ପିପିଲି-ଡେଲାଙ୍ଗ ବିଜେପି ପକ୍ଷରୁ ଏହି ଦିବସ ପାଳନ କରାଯାଉଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଯୋଗ ଦେଇ ସମସ୍ତ ବିଜେପି କର୍ମୀ ମାନଙ୍କୁ ଉଦବୋଧନ ଦେଇଥିଲେ ।
ବିଜେପି ସାଙ୍ଗଠାନିକ କ୍ଷେତ୍ରରେ ସମସ୍ତେ ଏକତ୍ରିତ ହୋଇ କିପରି ରାଜ୍ୟରେ ଭଷ୍ଟ୍ରାଚାର ଶାସନ ବିଲୁପ୍ତ ହେବ ସେଥିପାଇଁ ସମସ୍ତ ନେତୃତ୍ୱ ଗୋଟିଏ ସୁତାରେ ବାନ୍ଧି ହେବା ସହ ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ ଧାରାକୁ ଅଗ୍ରସର କରି ଶ୍ରେଷ୍ଠ ଭାରତ ଗଠନରେ ସମସ୍ତ କାର୍ଯ୍ୟକର୍ତ୍ତା ସାମିଲ ହେବା ପାଇଁ କହିଥିଲେ । ଏଥିସହ ଅନ୍ୟତମ ଅତିଥି ଭାବେ ସତ୍ୟବାଦୀ ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଓମ୍ ପ୍ରକାଶ ମିଶ୍ର , ବିଜେପି ର ବରିଷ୍ଠ ନେତା ଡାକ୍ତର ନବକିଶୋର ରାଉତ , ପୁରୀ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସଭାପତି ଅଜୟ ପ୍ରଧାନ ଙ୍କ ସହିତ ପିପିଲି ଡେଲାଙ୍ଗର ସମସ୍ତ ମଣ୍ଡଳ ସଭାପତି ମାନେ ଉପସ୍ଥିତ ଥିଲେ ।
ଏହି ଦିବସର ସଭାକାର୍ଯ୍ୟକୁ ପିପିଲି ଏନଏସି ମଣ୍ଡଳ ସଭାପତି ସୁକାନ୍ତ କୁମାର ଭଟ୍ଟ ପରିଚାଳନା କରିଥିବା ବେଳେ ପିପିଲି ଓ ଡେଲାଙ୍ଗର ସମସ୍ତ ନେତୃବୃନ୍ଦ ମାନେ ସାମିଲ ହୋଇଥିଲେ । ଶେଷରେ ଉପସ୍ଥିତ ପିପିଲି ବ୍ଲକ ର ଗତ ପଂଚାୟତ ଓ ପୌର ନିର୍ବାଚନ ବିଜେପି ର ସମସ୍ତ ପ୍ରାର୍ଥୀ ଓ ବିଜୟୀ ପ୍ରାର୍ଥୀ ମାନଙ୍କୁ ରାଜ୍ୟ ସଭାପତି ସମୀର ମହାନ୍ତି ଙ୍କ ଦ୍ୱାରା ପୁଷ୍ପ ଗୁଚ୍ଛ ଓ ଉତରିୟ ଦିଆଯାଇ ସମ୍ମାନିତ କରାଯାଇଥିଲା ।