ନିର୍ବାଚନରେ ହାରିଲେ କିନ୍ତୁ ଦେଇଥିବା ପ୍ରତିଶୃତି ପାଳନ କଲେ

ମାଲକାନଗିରି: ସରିଲା ନିର୍ବାଚନ , ସରିଲା ହାର ଜୀତ ର ମୁକାବିଲା । କିନ୍ତୁ ଆଜିବି ସରିନି ଚିଟି ଭାଇଙ୍କ ଜନ ମଙ୍ଗଳ କାର୍ଯ୍ୟ । ନିର୍ବାଚନ ପୂର୍ବ ରୁ ଯାହା ଥିଲେ ବର୍ତମାନ ବି ସେପରି ଢଙ୍ଗରେ ଲୋକଙ୍କ ସେବା କରୁଛନ୍ତି ସମାଜ ସେବୀ ଚିଟି ଭାଇ । ନିର୍ବାଚନ ରେ ହାର କି ଜୀତ ପ୍ରଭାବ ପଡୁନି ତାଙ୍କ ଉପରେ । ନିର୍ବାଚନ ସରିବା ପରେ ଗୋଟିଏ ପରେ ଗୋଟିଏ ପ୍ରତିଶୃତି ପୂରଣ କରି ଚାଲିଛନ୍ତି । ତେବେ ଆଜି ପୁଣି 119 ନମ୍ବର କଲୋନୀରେ ଥିବା ଜଣେ ଅସହାୟ ପରିବାରରେ ବିଜୁଳି ସଂଯୋଗ କରି ସହାୟତା ର ହାତ ବଢ଼େଇ ଛନ୍ତି ।

ନିର୍ବାଚନ ପୂର୍ବରୁ ସମସ୍ତ ପ୍ରାଥୀ କହିଥାନ୍ତି ମୁଁ ସମାଜ ସେବା କରୁଥିଲି , ଲୋକଙ୍କ ସମସ୍ୟା କଥା ବୁଝୁଥିଲି ତେଣୁ ଲୋକେ ମୋତେ ନିର୍ବାଚନରେ ଲଢ଼ି ସେମାନଙ୍କ ନେତା ରୂପେ ଦେଖିବାକୁ ଚାହାନ୍ତି ଓ ଜିତିଲେ ପରେ ମୁଁ ଅଧିକ ମାତ୍ରାରେସେମାନଙ୍କ କାମ କରିବି ଓ ହାରିଲେ ମଧ୍ୟ କରିବି। ସେମିତି ଜଣେ ନେତା ହେଉଛନ୍ତି ଚିଟି ଭାଇ ଯିଏକି ନିର୍ବାଚନରେ ହାରି ମଧ୍ୟ ସେ ଦେଇଥିବା ପ୍ରତିଶୃତି ଭୁଲି ନାହାନ୍ତି । ମାଲକାନଗିରି ମୁନସି ପାଲଟିରେ ଥିବା ସମସ୍ୟା ଦୂର ସହ ସେ ଦେଇଥିବା ପ୍ରତିଶୃତି ଦୁର ପାଇଁ କରୁଛନ୍ତି ଚେଷ୍ଟା । ଆଜି ପୁଣି 119 କଲୋନୀରେ ଜଣେ ମହିଳାଙ୍କ ଘରେ ଅନ୍ଧାରରେ ରହୁଥିବା ପରିବାରକୁ ଦେଇଛନ୍ତି ଆଲୋକ । ଏଥି ସହ କିପରି ଭାବେ ଜିଲ୍ଲାରେ ଅନ୍ୟ ସମସ୍ୟା ଦୂର ହେବ ସେ ନେଇ ଚେଷ୍ଟା କରିବେ ବୋଲି ପ୍ରକାଶ କରିଛନ୍ତି ।

 

ମାଲକାନଗିରି ସଦର ମହକୁମା କୁମୁଟିଗୁଡା ରେ ଥିବା ଶାନ୍ତି କୁମାରୀ ବାଘ ଙ୍କୁ ନିର୍ବାଚନୀ ପ୍ରଚାର ସମୟରେ ଦେଇଥିବା ପ୍ରତିଶୃତି କୁ ପୁରଣ କରିଛନ୍ତି । ଶାନ୍ତି ଙ୍କ ଘରେ ଦିର୍ଘ ବର୍ଷେ ହେବ ଟଙ୍କା ବାନ୍ଧି ନଥିବା ରୁ କରେଣ୍ଟ କାଟି ଦିଆଯାଇଥଲା । ଆଉ ଶାନ୍ତି ତାଙ୍କ ତିନି ଛୁଆ ଙ୍କୁ ଧରି ବର୍ଷେ ହେବ ଅନ୍ଧାର ଘରେ ରହି ଆସୁଥିଲେ । ଏମିତି କି ପଇସା ଅଭାବ ରୁ ନିଜ ପିଲାଙ୍କୁ ପାଠ ପଧ୍ୟ ପଢେଇ ପାରୁନାହାନ୍ତି ହେଲେ ପ୍ରଚାର ସମୟରେ ଶାନ୍ତି ନିଜ ଦୁଃଖ କୁ କଂଗ୍ରେସ ଅଧକ୍ଷ ପ୍ରାଥୀ ଚିଟି ଭାଇ ଙ୍କୁ ଜଣାଇଥିଲେ । ଚିଟି ଭାଇ ଶାନ୍ତି ଙ୍କ ଘରେ ବିଜୁଳି ସମସ୍ୟା ଦୂର କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଚିଟି ଭାଇ ନିର୍ବାଚନ ହାରିଲେ ସତ ହେଲେ ଶାନ୍ତି ଙ୍କୁ ଦେଇଥିବା ପ୍ରତିଶୃତି ପୁରଣ କରିଛନ୍ତି । ବର୍ତମାନ ବର୍ଷେ ପରେ ଘରେ ଆଲୁଅ ଦେଖି ଶାନ୍ତି ଙ୍କ ପରିବାର ମୁହରେ ହସ ଦେଖିବାକୁ ମିଳିଛି ।

 

ନିର୍ବାଚନ ପରେ ଜିତି ଥିବା ପ୍ରାଥୀ ମାନେ ସେମାନଙ୍କ ପ୍ରତିଶୃତି ଭୁଲି ଯାନ୍ତି । କିନ୍ତୁ ଜଣେ ଯଦି ଲୋକଙ୍କ ସେବା କରିବା କୁ ଚାହେଁ ତେବେ ସେ ନିର୍ବାଚନ ହାରି ମଧ୍ୟ ଲୋକଙ୍କ ନିକଟରେ ପହଞ୍ଚେ । ଚିଟି ଭାଇ ହେଉଛନ୍ତି ତାର ଏକ ଉଦାହରଣ ।
ରିପୋର୍ଟ -ଶିବ ପ୍ରସାଦ ଦାସ
ମାଲକାନଗିରି

Share this…
Share on Facebook

Facebook