କଳା ପୋଲସର ଆତଙ୍କ

ମୟୂରଭଞ୍ଜ ଜିଲ୍ଲା ବାବନଘାଟୀ ଉପଖଣ୍ଡ ରାଇରଙ୍ଗପୁର ମହୂଲଡିହା ରିଚାର୍ଡ ମିସନ ସ୍କୁଲ ସାମନା ରୁ ମହିଳା ଙ୍କ ବେକରେ ସୁନା ଚେନ୍ ଝାମ୍ପି ନେଇ ଚମ୍ପଟ ମାରିବାରୁ ଚାଞ୍ଚାଲ ଖେଳିଯାଇଛି। ଚୋର ଓ ଲୁଟେରା କେତେବେଳେ ସୁନା ଚେନ୍ ଲୁଟୁଛି ତ କେତେବେଳେ ଦିନ ଦ୍ବିପହରରେ ଝାମ୍ପି ନେଉଛି ଟଙ୍କା ପୁଣି ରାତିରେ ଘରେ ପଶି କଳା କନା ବଲାଉଛି ଲୁଟେରା ।

ଲଗାତାର ଭାବେ ଲୁଟେରାଙ୍କ ଆତଙ୍କରାଜ ପାଇଁ ଏବେ ନିଜକୁ ଅସୁରକ୍ଷିତ ମନୁଛନ୍ତ। । ସୂଚନା ଅନୁସାରେ ଆଜି ସକାଳ୯.୩୦ ସମୟରେ ରୀନା ବେହେରା ତାଙ୍କ ପିଲାର ଆଡ଼ମିଶନ ପାଇଁ ଯାଉଥିବା ବେଳେ ହଟାତ ମହୁଲଡିହା ଗାଁ ପଟୁ କଳା ପୋଲସର ରେ ଆସି ବେକରେ ପିନ୍ଧିଥିବା ସୁନା ଚେନ ଝାଂମ୍ପି ନେଇ ରାଇରଙ୍ଗପୁର ପଟେ ଖସି ପଳାଇ ଯାଇଥିଲା । ପାଟି କରିବାରୁ ଗ୍ରାମର କିଛି ଲୋକ ପିଛା କରିଥିଲେ ହେଲେ ଖସି ଯାଇଥିଲା ଲୁଟେରା । ଏଭଳି ଘଟଣା ସହରର ଭିତରେ ବାରମ୍ବାର ଚୋରି ଓ ଲୁଟ ଘଟୁଥିବା ଅଭିଯୋଗ ହୋଇଆସୁଛି ଏଣୁ
ଜନ ଅସନ୍ତୋଷ ବଢିବାରେ ଲାଗିଛି । ଏଥିପ୍ରତି ପୋଲିସ ପେଟ୍ରୋଲଙ୍ଗ କଡ଼ା କଡି ଭାବେ ହେଲେ ଲୋକେ ଦୂରୁବୁତ୍ତ ଙ୍କ ଠାରୁ ରକ୍ଷା ପାଇବେ ବୋଲି ଜନସାଧାରଣ ରେ ଚର୍ଚ୍ଚା ଚାଲିଛି। ରାଇରଙ୍ଗପୁର ମୟୂରଭଞ୍ଜ ଜିଲ୍ଲା ରୁ ତପନ କୁମାର ଦଣ୍ଡପାଟ

Share this…
Share on Facebook

Facebook