ଗୋପ: ଯାତ୍ରୀବାହୀ ବସ ରେ ଅଭାବନୀୟ ଘଟଣା। ଚଳନ୍ତା ବସ ଷ୍ଟେରିଇଂ ଉପରେ ଡ୍ରାଇଭର ଙ୍କ ମୃତ୍ୟୁ, କଣ୍ଡକ୍ଟର ଉପସ୍ଥିତ ବୁଦ୍ଧି ପାଇଁ 49 ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କ ଜୀବନ ବଂଚିଗଲା। ଯାତ୍ରୀବାହୀ ବସ୍ ଡ୍ରାଇଭର ସୁଦର୍ଶନ ସାହୁ ଙ୍କ ହୃଦ୍ ଘାତ ରେ ମୃତ୍ୟୁ ହୋଇ ଥିବା ବେଳେ କଣ୍ତକ୍ଟର ଙ୍କ ଉପସ୍ଥିତ ବୃଦ୍ଧି ଯୋଗୁଁ 49 ରୁ ଉର୍ଦ୍ଧ୍ବ ଯାତ୍ରୀ ଙ୍କ ଜୀବନ ବଞିଲା। ଏହି ଅଭାବନୀୟ ଘଟଣା ଘଟିଛି ଗୋପ-ଚାରିଛକ ରାସ୍ତା ର ଗୋପ ବଜାର ନିକଟରେ। ଯାତ୍ରୀବାହୀ ବସ୍ ଟି କଟକ ଅଭିମୁଖେ ଯାଉଥିବା ସମୟରେ ବସ୍ ଡ୍ରାଇଭର ସୁଦର୍ଶନ ସାହୁଙ୍କ ହୃଦ୍ ଘାତ ଯୋଗୁଁ ଗାଡିଚଳାଇବା ସମୟରେ ଟଳି ପଡିଥିଲେ।ହଟାତ ଗାଡି କଣ୍ତକ୍ଟର ନଜର ପଡିଯିବାରୁ ଯାତ୍ରୀମାନଙ୍କ ସାହାର୍ଯ୍ୟ ରେ ତାକୁ ଡ୍ରାଇଭର ସିଟିରୁ ଉଲାଇବା ସହ ଗାଡିଟିକୁ ଠିଆ କରିଥିଲେ।
ପରେ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ମଧ୍ୟ ଡାକ୍ତର ଡ୍ରାଇଭର ର ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ।ଯାତ୍ରୀ ଓ କଣ୍ଡକ୍ଟରଙ୍କ କହିବା କଥା ଆମେ ଗପ ସପ କରି ଅସୁଥିଲୁ।ଗୋପ ବଜାରରେ ଚା ମଧ୍ୟ ଡ୍ରାଇଭର ପିଇବା ପରେ ଗାଡି ବାହାରିବାର ଦୁଇଶହ ମିଟର ଯିବାପରେ ଏଭଳି ଘଟଣା ଘଟିଲା। ତେବେ ଏହି ଘଟଣା ଏବେ ଚର୍ଚ୍ଚା ର ବିଷୟ ହୋଇ ଥିବା ବେଳେ ସୌଭାଗ୍ୟବସତ ଯାତ୍ରୀଙ୍କ ସହ କୌଣସି ଅଘଟଣ ଘଟିନହିଁ ।