ମାଲକାନଗିରି – ଗାଁ ଗାଁ ରେ ହେବ ବିକାଶ । ଗାଁ ଠୁ ଆରମ୍ଭ କରି ସହର ବାସିନ୍ଦା ସମସ୍ତଙ୍କ ସୁବିଧା ପାଇଁ ରାଜ୍ୟ ସରକାର ମାଳ ମାଳ ଯୋଜନା କରୁଛନ୍ତି । କିପରି ସରକାରଙ୍କ ଏହି ସମସ୍ତ ଯୋଜନାର ସୁଫଳ ସମସ୍ତେ ପାଇବେ ସେଥି ପାଇଁ ଗାଁ ଠୁ ଆରମ୍ଭ କରି ସହର ପ୍ରଯ୍ୟନ୍ତ ମାଳ ମାଳ ସରକାରୀ କର୍ମଚାରୀଙ୍କୁ ନିଯୁକ୍ତି କରାଯାଉଛି । ଯେଉଁ କର୍ମଚାରୀ ମାନେ ଗାଁ ଗାଁ ରେ ପହଁଚି ଲୋକଙ୍କ ସମସ୍ୟା ବୁଝିବା ସହ ସମସ୍ୟା ଅନୁଯାୟୀ ସରକାରଙ୍କ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବ । ମାଳ ମାଳ ଯୋଜନା ଓ କର୍ମଚାରୀ ଥାଇ ମଧ୍ୟ କରୁକୋଣ୍ଡା ବ୍ଲକ ସଦର ମହକୁମାରେ ଥିବା ଦୋରା ସାହିର ଲୋକଙ୍କ ପାଇଁ ବିଜୁଳି ଆଲୋକ ସାତ ସପନ ।

ଆଜିର ଦୁନିଆ ର ଲୋକେ ଚନ୍ଦ୍ର ରେ ଜାଗା କିଣି ଘର କରିବା କଥା ଚିନ୍ତା କରୁଛନ୍ତି। କିନ୍ତୁ ରାଜ୍ୟ ମୁଖ୍ୟଙ୍କ ଫୋକୋଶରେ ଥିବା ମାଲକାନଗିରି ଜିଲ୍ଲାରେ ଆଜିବି ଲୋକେ ଅନ୍ଧାର ରାତିରେ ଜୀବନ ଯାପନ କରୁଛନ୍ତି। ରାଜ୍ୟ ସରକାର ଜିଲ୍ଲାର ବିକାଶ କଥା ଡିଣ୍ଡିମ ପିଟୁଥିବା ବେଳେ କରୁକୋଣ୍ଡା ବ୍ଲକ ଠାରୁ 1 କିଲୋମିଟର ଦୂରରେ ଥିବା ଦୋରାଗୁଡା ସାହିରେ ପହଞ୍ଚି ପାରୁନି ବିଜୁଳି ଆଲୋକ । ଯାହା ଫଳରେ ସେହି ଗାଁ ରେ ବସ ବାସ କରୁଥିବା ଲୋକେ 15 ରୁ 20 ପରିବାର ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । 40 ବର୍ଷ ରୁ ଉର୍ଦ୍ଧ ବର୍ଷ ଧରି ଏହି ଗାଁ ର ଲୋକେ ସେଠାରେ ରହି ଆସୁଥିଲେ ସୁଦ୍ଧା ବିଜୁଳି ନଥିବା ଯଗୁଁ ରାତିରେ ରୋଷେଇ କରିବା ସମୟରେ ହାତ କାଟି ହେଇଯାଉଥିବା ବେଳେ , ପାଠ ପଢିବାରେ ମଧ୍ୟ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ ।

ଗାଁ ଟି ଜଙ୍ଗଲ ଓ ନଦୀ ପାଖରେ ଥିବା ଯଗୁଁ ସନ୍ଧ୍ୟା ହେଲେ ଜଙ୍ଗଲୀ ପଶୁ ଏହି ଗାଁ ରାସ୍ତା ଦେଇ ନଦୀକୁ ପାଣି ପିଇ ଆସିବା ସହ ଜଙ୍ଗଲୀ ସାପ ଅନ୍ୟ ଜନ୍ତୁ ଗୁଡିକ ମଧ୍ୟ ଗାଁ କୁ ଚାଲି ଆସନ୍ତି । ତେଣୁ ଏହି ଜଙ୍ଗଲୀ ପଶୁ ଓ ସରୀସୃପ ଯଗୁଁ ସନ୍ଧ୍ୟା 6 ଟା ହେଲେ ଗାଁ ରେ ଥିବା ଘର ଗୁଡିକର କବାଟ ପଡ଼ିଯାଏ । ଏଥିସହ ପାଠ ପଢ଼ୁଥିବା ପିଲା ମାନେ ମଧ୍ୟ କଷ୍ଟରେ ଡିବି ଆଲୁଅରେ ପାଠ ପଢି ଥାନ୍ତି । ଗ୍ରାମବାସୀ ଲାଇନ ସମସ୍ୟାର ସମାଧାନ ପାଇଁ ବିଭାଗୀୟ କର୍ମଚାରୀଙ୍କୁ ବାରମ୍ବାର ଜଣେଇଲେ ସୁଦ୍ଧା କୌଣସି ସୁବିଧା ପାଇ ପାରୁ ନାହାନ୍ତି। ତେବେ ଏହି ସମସ୍ୟା ସମ୍ବନ୍ଧରେ କରୁକୋଣ୍ଡା ବିଡ଼ିଓ ଙ୍କୁ ପଚାରିବାରୁ ସେ ପ୍ରକାଶ କରିଛନ୍ତି ଯେ ଗାଁରେ ଲାଇନ ସମସ୍ୟାର ସମାଧାନ ନିମନ୍ତେ ବିଜୁଳି ବିଭାଗକୁ ଜଣେଇବୁ ଏବଂ ଗାଁ କୁ ବିଜୁଳି ଯିବାର ବ୍ୟବସ୍ତା କରାଯିବ ।mpx tv

Share this…
Share on Facebook

Facebook