ମୁ ଅକ୍ଷମ ସରକାର ମୋତେ ସାହାଯ୍ୟ କର l

ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଗମ୍ଭାରୀଗୁଡା ଗ୍ରାମର ଗରିବ ପlତ୍ରଙ୍କ ସାନପୁଅ ଚିତ୍ରସେନ ପାତ୍ର ବୟସ (34), ପରିବାର କହିଲେ ତାଙ୍କ ତିନୋଟି ଝୀଅ ଏବଂ ବଡ଼ଭାଇ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ପରିବାର ଓ ବୃଦ୍ଧ ବାପା ମା l ଦିନଥିଲା ଘରର ଆର୍ଥିକ ସ୍ତିତିକୁ ସୁଧାର କରିବାପାଇଁ ବାହାରି ପଡ଼ିଥିଲେ ଗାଡି ଚଲେଇ ନିଅଣ୍ଟ ପରିବାରର ପେଟ ପୋଷିବାକୁ l ଛତିଶଗଡ଼ ଦେଭୁକ ଯାଇ ସବୁଦିନ ଗାଡି ଚଳାଉଥିଲେ l

ଦୀର୍ଘଦିନଧରି ଗାଡି ଚଳାଇ ପରିବାର ପୋଷୁଥିଲେ l କମ ରୋଜଗାର ହେଲେମଧ୍ୟ ଦୁଇଭାଇଙ୍କ ପରିବାର ହସଖୁସିରେ ଦିନ କାଟୁଥିଲା l ଦୁଇଭାଇ ଡ୍ରାଇଭର କାମ କରି ପୁଅଝିଅ ର ଭବିଷ୍ୟତ ତିଆରି କରିବାପାଇଁ ଲାଗିପଡ଼ିଥିଲେ l ଗତ ତିନିବର୍ଷ ତଲେ ଛତିଶଗଡ ଦେଭୁକ ରୁ କୁଏଟପଦର ଗ୍ରାମକୁ ଧାନଆଣିବାପାଇଁ ଯାଇଥିଲେ l ଗାଡିକୁ ଠିଆ କରିଦେଇ ଖାଇବାକୁ ଯିବା ସମୟରେ ହଟାତ କେନ୍ଦୁପlଟି ଗ୍ରାମଠାରେ CG04HL3380 ଗାଡ଼ିନମ୍ବର ର ଏକ ଟ୍ରାକ୍ଟର ଆସି ଧକ୍କା ଦେଇଥିଲା l ବର୍ତମାନ ଚିତ୍ରସେନଙ୍କ ଗୋଟିଏ ହାତ ଅକ୍ଷମ l ଆଉ କାମକୁ ଆସୁନି ଡାହାଣ ହାତ l ବିଭିନ୍ନ ହସ୍ପିଟାଲ ଯାଇ ଯାହା ପଇସା ରୋଜଗାର କରିଥିଲେ ସବୁ ସାରିଦେଲେ l ବଡ଼ଭାଇ ଭରସାରେ ଦୁଇପରିବାର ମିସି 11 ଜଣ ହୁଅନ୍ତି l

ବଡଭାଇ ବର୍ତମାନ ଘରେ ନାହାନ୍ତି l ସେ ଯାଇଛନ୍ତି ଗାଡି ଚଳେଇବାକୁ ଅନ୍ୟ ରାଜ୍ୟକୁ l ସରକାରୀ ସୁବିଧା କହିଲେ ସରକାରଙ୍କ ପାଞ୍ଚକେଜି ଚାଉଲ ତାହାଛଣା କିଛିନାହିଁ l ବ୍ଲକ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ପାଖକୁ ଅନେକଥର ଯାଇ ଗୁହାରୀ ମଧ୍ୟ କରିଛନ୍ତି ହେଲେ କେହି ଶୁଣୁନାହାନ୍ତି l ଆଜି ଜିଲ୍ଲା ଏବଂ ବ୍ଲକ ଡ୍ରାଇଭର ସଂଘମିସି ତାଙ୍କ ଘରକୁ ଯାଇଥିଲେ ଏବଂ ସାହାଯ୍ୟ କରାଯିବ ବୋଲି ପ୍ରତିଶୃତି ମଧ୍ୟ ଦେଇଛନ୍ତି l ଏନେଇ ଆମେ ସିନାପାଲି ବିଡ଼ିଓ ସଦାଶିବ ନାଏକ ଙ୍କୁ ଯୋଗାଯୋଗ କରିବାରୁ ସରକାରଙ୍କ ଗାଇଡଲାଇନ ଯାହାଅଛି ଦେଖିକି ନିଶ୍ଚିନ୍ତ ସୁବିଧା କରାଯିବ ବୋଲି କହିଥିଲେ lରିପୋଟର. ନବୀନ ଚନ୍ଦ୍ର ହେର୍ଣ୍ଣା

Share this…
Share on Facebook

Facebook