ଡ଼େରାବିଶ ପୂର୍ବତନ ବ୍ଲକ ଅଧ୍ୟକ୍ଷ ସରୋଜଙ୍କ ନାଁରେ ହତ୍ୟା ଅଭିଯୋଗ

କେନ୍ଦ୍ରାପଡ଼ା: ଶର୍ମିଷ୍ଠା ପରେ ସରୋଜ l ନୟାଗଡ ରୁ କେନ୍ଦ୍ରାପଡ଼ା l ଦିନକୁ ଦିନ ବଢ଼ି ଚାଲିଛି ହତ୍ୟା ଅଭିଯୋଗ l ଏତେ ଅଭିଯୋଗ ପରେବି ଚୁପ ବସିଛି କେନ୍ଦ୍ରାପଡ଼ା ପୋଲିସ l ଟଙ୍କା ପାଇଁ ହୋଇଛି ହତ୍ୟା l ଏଭଳି ଅଭିଯୋଗ ପଛରେ ରହିଛି ଡେରାବିଶ ବ୍ଲକ ବିଜେଡି ର ପୂର୍ବତନ ଅଧକ୍ଷ ଓ ତାଙ୍କ ସହଯୋଗୀଙ୍କ ହାତ l ଏକଥା ଆମେ କହୁନୁ କହୁଛନ୍ତି ମଙ୍ଗଳ ପୁର ଗ୍ରାମର ବିଦୂତ ବିଭାଗ ରୁ ଅବସର ପ୍ରାପ୍ତ ମୃତ ପବିତ୍ର ପ୍ରଧାନ ଙ୍କ ପତ୍ନୀ l କେନ୍ଦ୍ରାପଡ଼ା ପାଟକୁରା ନିର୍ବାଚନ ମଣ୍ଡଳୀ ଡେରାବିଶ ବ୍ଲକ ର ପୂର୍ବତନ ବ୍ଲକ ଅଧକ୍ଷ ସରୋଜ ସାହୁଙ୍କ ନାଁ ରେ ଆସିଛି ଏଭଳି ସାଙ୍ଗତିକ ଅଭିଯୋଗ l ସରୋଜ ସାହୁ ଓ ତାଙ୍କ ପତ୍ନୀ କଳ୍ପନା ସାହୁ ଦୀର୍ଘ 15 ବର୍ଷ ଧରି ଲଗାତର ଭାବେ ଡେରାବିଶ ବ୍ଲକ ଅଧକ୍ଷ ଭାବେ ନିର୍ବାଚିତ ହେଇ ଦାୟିତ୍ୱ ତୁଲାଇ ଆସୁଥିଲେ l ସରୋଜ ପାଖା ପାଖି 16ବର୍ଷ ହେବ କେନ୍ଦ୍ରାପଡ଼ା ଗୁଲନଗର ଦଣ୍ଡାମୁଣ୍ଡ ଛକ ନିକଟ ରେ ଥିବା ପବିତ୍ର ପ୍ରଧାନ ଙ୍କ ଘରେ ଭଡାରେ ରହି ଆସୁଥିଲେ l ଏଥର ପଂଚାୟତ ନିର୍ବାଚନ ରେ ସରୋଜ ସାହୁଙ୍କ ପତ୍ନୀ କଳ୍ପନା ସାହୁ ଉଭୟେ ସମିତି ସଭ୍ୟ ଭାବେ ଲଢୁଥିଲେ l l ନିର୍ବାଚନ ଫଳା ଫଳ ପରେ ଘର ମାଲିକ ଟଙ୍କା ମାଗିଥିବାରୁ ଉଭୟ ଙ୍କ ମଧ୍ୟରେ ହୋଇଥିଲା ବଚଶା l ଏହାର ସୁଯୋଗ ନେଇ ଗତ ମାର୍ଚ୍ଚ 25 ତାରିଖ ରେ ବିଳମ୍ବିତ ରାତ୍ରିରେ ସରୋଜ ପବିତ୍ର ଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି l

ହତ୍ୟକାଣ୍ଡ କୁ ଏଗାର ଦିନ ବିତି ଯାଇଥିଲେ ବି ଚୁପ ବସିଛି ପୋଲିସ l ନାଁ ହେଉଛି ତଦନ୍ତ ନାଁ ଧାରପଡୁଛି ଆସାମୀ l ପୋଲିସ ଜାଣିଶୁଣି ଘଟଣାକୁ ଚପାଇ ଦେବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି ପବିତ୍ର ଙ୍କ ପରିବାର ଲୋକ l

ଏଠି ପ୍ରଶ୍ନ ଉଠୁଛି ପବିତ୍ର ହତ୍ୟା କାଣ୍ଡ ପଛରେ କଣ ରହିଛି ରହସ୍ୟ?, କାହିଁକି ଘଟଣା ର ତଦନ୍ତ କରୁନି ପୋଲିସ? ହତ୍ୟା କାଣ୍ଡ ପଛରେ ରହିଛି କାହାର ହାତ?? କାହିଁକି ସରୋଜଙ୍କୁ କରାଯାଉନି ଯେରା?? ସରୋଜ ଙ୍କ ପଛରେ ରହିଛି କି ବିଜେଡି ର ବହୁ ବାହୁବଳୀ ନେତା ଙ୍କ ହାତ??? l Daitari jena _kendrapada_reporter

Share this…
Share on Facebook

Facebook