ବାଲେଶ୍ବର: ସାମ୍ବାଦିକ ପରିଚୟ ଦେଇ ଯୁବତୀଙ୍କୁ ଅଶ୍ଲୀଳ ଇଙ୍ଗିତ କରବା ହେଲା ମହଙ୍ଗା । ବାଲେଶ୍ବର ରେଳ ଷ୍ଟେସନରେ ଜଣେ ପଶ୍ଚିମବଙ୍ଗ ଯୁବତୀକୁ ଅଶ୍ଲୀଳ ଇଙ୍ଗିତ କରି ଯୁବକ ଅଟକ । ଭଦ୍ରକ ଅଞ୍ଚଳ ଆନନ୍ଦ ଚନ୍ଦ୍ର ଜେନା ନିଜକୁ ଏନ୍ ଏମ ଏସ ୟୁଏବ ଚ୍ୟାନାଲର ସାମ୍ବାଦିକ ପରିଚୟ ଦେଇ ବାଲେଶ୍ବର ଷ୍ଟେସନରେ ଯାତ୍ରୀଙ୍କ ପାଇଁ ଥିବା ପ୍ରତିକ୍ଷାଳୟ ହୋଲ ଭିତରେ ଯୁବତୀ ଜଣକ ଏକା ବସିଥିବା ଦେଖି ଅଶ୍ଳୀଳ ଇଙ୍ଗିତ କରିଥିଲେ ।
ଯୁବକ ଜଣକର ଏଭଳି ଆଚରଣ ଦେଖି ଓଡ଼ିଆ ବୁଝି ପାରୁନଥିବା ଯୁବତୀ ଜଣକ ଭୟଭୀତ ହୋଇ ଶେଷରେ ବାଲେଶ୍ୱର ରେଲୱେ ଷ୍ଟେସନ ରେ ଥିବା ଜି ଆର ପି ଙ୍କ ସହାୟତା ନେଇ ଯୁବକ ଙ୍କ ନାଁରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ବାଲେଶ୍ବର ଜି ଆର ପି ଯୁବକ ଜଣକୁ ଅଟକ ରଖି ମାମଲା ରୁଜୁ କରିଥିବା ଜଣା ପଡ଼ିଛି ।
ସୋର ରୁ ସରତ ନାୟକ ଙ୍କ ରିପୋର୍ଟ