ହେଟାବାଘ ଆକ୍ରମଣ ରେ ୪ ଆହତ

ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ରାଇଘର ବ୍ଲକର ଟିମନପୁର ଗ୍ରାମ ଠାରେ ଆଜି ସକାଳେ ଘଟିଥିଲା ଏକ ଅଘଟଣ l ମହୁଲ ଫୁଲ ଗୋଟାଇବା କୁ ଯିବା ହେଲା କାଳ l ନିଜ ଘର ଠାରୁ ୫୦୦ମିଟର ଦୁର ହରିଗା ଜଂଗଲ ନିକଟକୁ ଲାଗି ରହିଥିବା ଚାଷ ଜମିରେ ଥିବା ମହୁଲ ଗଛ ଋ ମହୁଲ ଫୁଲ ଗୋଟାଇବା ପାଇଁ ସକାଳୁ ଯାଇଥିଲେ ଗୋଟିଏ ପରିବାରର ୪ ଜଣ l ରାମସାୟ ଗଣ୍ଡ (୬୦) ଓ ତାଙ୍କ ନାତି ଓମ୍ ପ୍ରକାଶ ଗଣ୍ଡ (୫), ନାତୁଣୀ ସରସ୍ୱତୀ ଗଣ୍ଡ (୧୪) ଓ ନିଶା ଗଣ୍ଡ (୧୬) l ସବୁଦିନ ଭଳି ଆଜି ବି ସକାଳୁ ମହୁଲ ଫୁଲ ଗୋଟାଇବା ପାଇଁ ସମସ୍ତେ ଯାଇ ଥିଲେ l

ହଠାତ୍ ଜଂଗଲ ମଧ୍ୟରୁ ଏକ ହେଟାବାଘ ବାହାରି ଏମାନଙ୍କୁ ଅତର୍କିତ ଆକ୍ରମଣ କରିଥିଲା l ସରସ୍ୱତୀ ସାହସ ଜୁଟାଇ ହେଟବାଘ ସହ ଲଢି ତାକୁ ଘଉଡାଇ ଥିଲେ l ହେଟାବାଘ ଟି ସମସ୍ତଙ୍କୁ ଆକ୍ରମଣ କରିଥିଲା l ଆକ୍ରମଣ ରେ ସରସ୍ଵତୀ ଗୁରୁତର ହୋଇ ପଡି ଥିଲା l ସମସ୍ତଙ୍କୁ ରାଇଘର ମେଡିକାଲ୍ କୁ ଅଣାଯାଇ ଚିକିତ୍ସା ଜାରି ରହିଛି l ସରସ୍ୱତୀ ର ଅବସ୍ଥା ବହୁତ ଗୁରୁତର ହୋଇ ପଡୁ ଥିବାରୁ ତାକୁ ଜିଲ୍ଲା ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରା ଯାଇଛି lMPX TV

Share this…
Share on Facebook

Facebook