ଆହୁରୀ ତଦନ୍ତ ବାକି; ପୁଣି ରିମାଣ୍ଡ ଆବେଦନ କରିବ କ୍ରାଇମବ୍ରାଂଚ

କଟକ: ୨୯ ତାରିଖରୁ କ୍ରାଇମବ୍ରାଞ୍ଚ ଟିମ୍ ଶର୍ମିଷ୍ଠା, ଝୁନୁ, ରଞ୍ଜନ ଓ ନିରଞ୍ଜନ ସେଠୀଙ୍କୁ ରିମାଣ୍ଡରେ ଆଣି ସେମାନଙ୍କ ନିକଟରୁ ବହୁ ସତ୍ୟ ବାହାର କରିଛି। ଏହି ୪ ଅଭିଯୁକ୍ତଙ୍କ ୫ ଦିନିଆ ରିମାଣ୍ଡ ଅବଧୀ ଗତକାଲି ସରି ଯାଇଥିବା ବେଳେ ଆଜି ଅପରାହ୍ନ ୩ଟା ସୁଦ୍ଧା ସେମାନଙ୍କୁ ଚାନ୍ଦବାଲି ଔଗୠଉରେ ହାଜର କରାଯିବ । ସେଠାରେ କ୍ରାଇମବ୍ରାଞ୍ଚ ପୁଣି ଥରେ ଏହି ଅଭିଯୁକ୍ତମାନଙ୍କୁ ୫ ଦିନ ରିମାଣ୍ଡ ପାଇଁ ଆବେଦନ କରିବ ବୋଲି ଜଣାଯାଇଛି। ତେବେ ବିଚାରପତି ପୁଣି ଥରେ ରିମାଣ୍ଡ ଆବେଦନକୁ ମଞ୍ଜୁର କରୁଛନ୍ତି ନା କ୍ରାଇମବ୍ରାଞ୍ଚକୁ ନିରାଶ ହେବାକୁ ପଡ଼ୁଛି ତାହା ଆଜି ହିଁ ସ୍ପଷ୍ଟ ହୋଇଯିବ ।
ସରିଲାଣି ରିମାଣ୍ଡ ଅବଧୀ । ହେଲେ ସରିନି ତଦନ୍ତ । ଆହୁରି ବହୁତ ଗୁମର ଉପରୁ ପରଦା ଉଠିନି। ବହୁ ଚର୍ଚ୍ଚିତ ମାନସ ସ୍ୱାଇଁ ହତ୍ୟା ଘଟଣା ପଛରେ ଥିବା ମେମୋରି ଚିପ୍ର ଟେର ପାଇପାରିନି କ୍ରାଇମବ୍ରାଞ୍ଚ ଟିମ୍। ଗତ ୫ ଦିନ ଧରି ମାନସ ହତ୍ୟା ଘଟଣା ୪ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ପ୍ରମାଣ ଯୋଗାଡ଼ କରିବାରେ ବ୍ୟସ୍ତ ଥିଲା କ୍ରାଇମବ୍ରାଞ୍ଚ । ସେମାନଙ୍କ ରିମାଣ୍ଡ ଅବଧୀ ସରି ଯାଇଥିବା ବେଳେ ସେମାନଙ୍କୁ ପୁଣି ଥରେ ୫ ଦିନ ରିମାଣ୍ଡରେ ନେବାକୁ ଆଜି ଆବେଦନ କରିବ କ୍ରାଇମବ୍ରାଞ୍ଚ ।

Share this…
Share on Facebook

Facebook