ପ୍ରତିବାଦ ପରେ ସ୍ୱର ବଦଳାଇଲେ ସାଂସଦ ପିନାକୀ ମିଶ୍ର

ପୁରୀ ସାଂସଦ ପିନାକୀ ମିଶ୍ର ଶ୍ରୀମନ୍ଦିର ଐତିହ କରିଡର ନିର୍ମାଣ କାର୍ଯ୍ୟ ନେଇ ସଂସଦ ରେ ଭୁଲ ତଥ୍ୟ ଦେବା ନେଇ ବିରୋଧୀ ତାଙ୍କୁ ଘେରି ଥିବା ବେଳେ ରେ ବିଭିନ୍ନ ସଂଗଠନ ପକ୍ଷରୁ ଏମପି ପିନାକୀ ମିଶ୍ର ଙ୍କ ବିରୋଧ ରେ ବିକ୍ଷୋଭ କରିଛନ୍ତି । ତୁରନ୍ତ ପିନାକୀ ମିଶ୍ର ଭୁଲ ମାଗିବା ସହ ସଠିକ ତଥ୍ୟ ଦେବାକୁ ଦାବି ହୋଇଛି। ବିଭିନ୍ନ ମହଲ ରୁ କଡା ବିରୋଧପରେ ପୁରୀ ଏମପି ପିନାକୀ ମିଶ୍ର ମୁହଁ ଖୋଲିଛନ୍ତି। ସେ କୌଣସି ଭୂଲ ତଥ୍ୟ ଦେଇ ନାହାନ୍ତି । ଯଦି କୌଣସି ସଂଗଠନ ର ଅଭିଯୋଗ ରହିଛି ଲୋକସଭା ବାଚସ୍ପତି ଙ୍କୁ ଅଭିଯୋଗ କଲେ ସେ ଏହାର ଉଚିତ ଜବାବ ରଖିବେ ବୋଲି ପିନାକୀ କହିଛନ୍ତି । ବିଜେପି ର କିଚି ସମର୍ଥକ ଏହି ପ୍ରତିବାଦ ଜାଣିଶୁଣି ତାଙ୍କ ବିରୋଧରେ କରିଥିବା ସେ ଅଭିଯୋଗ କରିଛନ୍ତି । ସେହିପରି କିଛି ଗଣମାଧ୍ୟମ ଯେଭଳି କିଛି ରାଜନୈତିକ ଵ୍ୟକ୍ତି ବିଶେଷ ଙ୍କ ଇସାରା ରେ ତାଙ୍କ ବିରୋଧରେ ସମ୍ବାଦ ପରିବେଷଣ କରୁଛନ୍ତି ତଳି ନେଇ ମଧ୍ୟ ପିନାକୀ କଡା ସମାଲୋଚନା କରିଛନ୍ତି ।

ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାର କୌଣସି ବେଆଇନ କାମ ହୁଏ ନାହିଁ । ଗତ 2021 ସେପ୍ଟେମ୍ବର 4 ରେ asi ରୁ noc ମିଳିବା ପରେ ଶ୍ରୀମନ୍ଦିର ଐତିହ୍ୟ ପରିକ୍ରମା ମାର୍ଗ ର କାର୍ଯ୍ୟ ହେଉଥିବା କହିଛନ୍ତି। ତେବେ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଭିତରେ ଭକ୍ତ ଙ୍କ ପାଇଁ ବିଶ୍ରାମ ଓ ପ୍ରତୀକ୍ଷା ଗୃହ, ଯାତ୍ରୀ ଙ୍କ ଜିନିଷ ରଖିବା ପାଇଁ ଗୃହ , ସେବାୟତ , ଭକ୍ତ ଙ୍କ ପାଇଁ ଶୌଚାଳୟ , ବିଦ୍ୟୁତ ଗୃହ ଆଦି ନିର୍ମାଣ ହେବ । ତେବେ asi ପକ୍ଷରୁ ଅନୁମତି ଥିବା ଶୌଚାଳୟ କାର୍ଯ୍ୟ ଆରମ୍ଭ ହୋଇଛି। ଭକ୍ତ ଙ୍କ ପାଇଁ ପ୍ରତୀକ୍ଷା ଗୃହ , ଜିନିଷ ପତ୍ର ରଖିବା ଗୃହ ନିର୍ମାଣ ନେଇ ଅନୁମତି ଆସିବା ପରେ କାମ ହେବ ବୋଲି ପୁରୀ ଏମପି କହିଛନ୍ତି। ଏଣୁ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ରେ କୌଣସି ବେଆଇନ କାର୍ଯ୍ୟ ରାଜ୍ୟ ସରକାର କରୁନଥିବା ପୁରୀ ସାଂସଦ ପିନାକୀ ମିଶ୍ର ଏକ ଭିଡିଓ ବାର୍ତା ରେ ସୂଚନା ଦେଇଛନ୍ତି । mpx tv puri

Share this…
Share on Facebook

Facebook