୧୩ ଦିନ ଭିତରେ ୧୧ ଥର ତୈଳ ଦାମ୍ ବଢ଼ିଛି

ନୂଆଦିଲ୍ଲୀ: ଆଜି ପୁଣି ବଢ଼ିଛି ପେଟ୍ରୋଲ ଡିଜେଲ ଦାମ୍‌। ୧୩ ଦିନ ଭିତରେ ୧୧ ଥର ତୈଳ ଦାମ୍ ବଢ଼ିଛି ।  ଲିଟର ପିଛା ଡିଜେଲ ଓ ପେଟ୍ରୋଲ ଦର ୮ ଟଙ୍କା ମହଙ୍ଗା ହୋଇଛି। ଓଡ଼ିଶାରେ ପେଟ୍ରୋଲ ଦର ୧୧୦ ଟଙ୍କା ୭୬ପଇସା ଥିବା ବେଳେ ଡିଜେଲ ୧୦୦ ଟଙ୍କା ୫୧ ପଇସାରେ ପହଞ୍ଚିଛି। ସେହିପରି  ଦିଲ୍ଲୀରେ ଲିଟର ପିଛା ପେଟ୍ରୋଲ ଦର ଶନିବାର ୧୦୩ଟଙ୍କା ୪୧ ପଇସା ଦରରେ ବିକ୍ରି ହେଉଥିବା ବେଳେ ଡିଜେଲ ଲିଟର ପିଛା ୯୪ଟଙ୍କା ୬୭ ପଇସା ଦରରେ ବିକ୍ରି ହେଉଛି।

ମୁମ୍ବାଇରେ ପେଟ୍ରୋଲ ୮୪ ଓ ଡିଜେଲ ୮୫ ପଇସା ବଢ଼ିଛି। ବର୍ଦ୍ଧିତ ଦର ଲାଗୁ ହେବା ପରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୧୧୮ଟଙ୍କା ୪୧ ପଇସା ଓ ୧୦୨ ଟଙ୍କା ୬୪ ପଇସାରେ ପହଞ୍ଚିଛି। ସେହିପରି କୋଲକାତାରେ ପେଟ୍ରୋଲ ଲିଟର ପିଛା ୧୧୩ଟଙ୍କା ୦୩ ପଇସା ମୂଲ୍ୟରେ ବିକ୍ରି ହେଉଥିବା ବେଳେ ଡିଜେଲ ୯୭. ୮୨ ପଇସା ଦରରେ ବିକ୍ରି ହେଉଛି।

Share this…
Share on Facebook

Facebook