ଦାଦନ ଖଟିବାକୁ ଯାଇ ଦୁଇ ଝିଅ ନିଖୋଜ

ମୟୁରଭଞ୍ଜ -ଅର୍ଥ ସାଜିଛି ପରିବାର ଚଳାଇବାରେ ବାଧକ ।ଆଉ ରୋଜଗାର ପାଇଁ ଝିଅ ଚାଲାଣ କାରୀଙ୍କ ଚାକିରି କରିବା ପ୍ରଲୋଭନ ରେ ପଡି ରାଜସ୍ଥାନ ରେ ଦଲାଲ ଙ୍କ ହାତରେ ବନ୍ଧା ପଡିଲେ ତିନି ଝିଅ ଜଣେ ୧୬ ବର୍ଷର ଆଉ ଦୁଇଜଣ ୧୮ ବର୍ଷର ତେବେ ୧୬ ବର୍ଷର ନାବାଳିକା ଚାନ୍ଦିନି କୁ ରାଜସ୍ଥାନ ପୋଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ବେଳେ ଆଉ ଦୁଇଜଣ ୧୮ ବର୍ଷର ଝିଅ ଲିଜା ଓ ଗୀତାଞ୍ଜଳି ନିଖୋଜ।
ଆଜିକୁ ଦୁଇମାସ ତଳେ ଆଦିବାସୀ ଅଦୁଷିତ ମୟୂରଭଞ୍ଜ ଜିଲ୍ଲା ବଡସାହି ଥାନା ଅଧିନରେ ଥିବା ଖାନୁଆ ପଞ୍ଚାୟତର ମନ୍ଦିରସାହି ଗ୍ରାମରୁ ପିତା- ମାଧବ ଚନ୍ଦ୍ର ନାଏକ ଙ୍କ ୧୮ ବର୍ଷର ଝିଅ ଗୀତାଞ୍ଜଳି ନାଏକ ,ପିତା- କୃଷ୍ଣ ଚନ୍ଦ୍ର ପାତ୍ର ଙ୍କ ୧୮ ବର୍ଷର ଝିଅ ଲିଜା ପାତ୍ର ଏବଂ ପିତା-ଦେବେନ୍ଦ୍ର ନାଏକ ଙ୍କ ୧୬ ବର୍ଷର ନାବାଳିକା ଚାନ୍ଦିନୀ ନାଏକ ଙ୍କୁ ରାଉରକେଲା ଷ୍ଟିଲ ପ୍ଳାଣ୍ଟ ରେ ଚାକିରି କରେଇ ଦେବାର ବାହାନାରେ ଏହି ତିନିଜଣ ନିରୀହ ଗରିବ ଝିଅ ଙ୍କୁ ନେଇ ରାଜସ୍ଥାନ ର ବିକ୍ରି କରିଦେଇଥିବା ଘଟଣା ଅଞ୍ଚଳବାସୀଙ୍କ ମନରେ ଆତଙ୍କ ସୃଷ୍ଟି କରିଛି ।ତେବେ ଘଟଣାରୁ ପ୍ରକାଶ ଯେ ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ଥାନା ଅନ୍ତର୍ଗତ କାଠଶିରିଶି ଗ୍ରାମର ଅଭିଯୁକ୍ତ ଶଙ୍କର ପାତ୍ର ଏବଂ ବାରିପଦା ସଦର ଥାନା ଅନ୍ତର୍ଗତ ସାମାଖୁଣ୍ଟା ଗ୍ରାମର ଅଭିଯୁକ୍ତା ବୁଧୁନି ସିଂ ।ଏମାନଙ୍କୁ ଆଜିକୁ ଦୁଇମାସ ତଳେ ଘରୁ ନେଇ ରାଜସ୍ଥାନ ରେ କିଛି ଦଲାଲ ମାନଙ୍କ ହାତରେ ଟେକି ଦେଇଥିଲେ ।ତେବେ ସେମାନଙ୍କ ମଧ୍ଯରୁ ୧୬ ବର୍ଷର ଝିଅ ଚାନ୍ଦିନୀ ନାଏକ ଦଲାଲ ମାନଙ୍କ କବଳରୁ ପ୍ରାଣ ବିକଳରେ ଖସିଆସି ରାଜସ୍ଥାନ କିଛି ସ୍ଥାନୀୟ ଗ୍ରାମବାସୀ ଏହି ନାବାଳିକା କୁ ରାଜସ୍ଥାନ ର କଟା ଥାନା ହସ୍ତତନ୍ତର କରିଥିଲେ ।ତେବେ ନାବାଳିକା ଚାନ୍ଦିନି କୁ ରାଜସ୍ଥାନ ପୋଲିସ୍ ତାଙ୍କର ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ପରେ ଆଉ ଦୁଇଜଣ ନିଖୋଜ ଝିଅ ର ବାପା ଓ ମାଆ ବଡସାହି ଥାନାରେ ଏକ ଲିଖିତ ଅଭିଯୋଗ ଦେଇଥିଲେ ।କିନ୍ତୁ ଶୁଦ୍ଧା ବଡସାହି ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହାଁନ୍ତି ବୋଲି ନିଖୋଜ ଥିବା ଝିଅ ମାନଙ୍କର ବାପା ଓ ମାଆ କାନ୍ଦି କାନ୍ଦି କହିଛନ୍ତି ।ତେବେ ଦୁଇ ନିଖୋଜ ଝିଅ ର ଜୀବନ ବିପଦରେ ଥିବାବେଳେ ଖୋଜିବାରେ ବଡସାହି ଥାନା ଅଧିକାରୀ ପ୍ରଭୁକଲ୍ଯାଣ ଆଚାର୍ଯ୍ଯ କାହିଁକି ନିରବଦଷ୍ଟା। ତାହା ସାଧାରଣ ଲୋକଙ୍କ ମଧ୍ଯ ରେ ଏକ ବଡ ପ୍ରଶ୍ନ ସୃଷ୍ଟି ହୋଇଛି ।ଆଉ ସେପଟେ ବୁଢି ଜେଜେମାଆ ମୋ ନାତୁଣୀଙ୍କୁ ଖୋଜି ଆଣିଦିଅ କହି ବାହୁନି ବାହୁନି କାନ୍ଦୁଛି ।

ତେବେ ଆଜି ବେକାରୀ ମାନଙ୍କ ପାଇଁ ରାଜ୍ଯ ସରକାରଙ୍କ ଦ୍ଵାରା ଭିତ୍ତିଭୂମିର ଅଭାବ ଯୋଗୁ ଏହିଭଳି ଅନେକ ଯୁବକ ଯୁବତୀ ମାନଙ୍କୁ ଚାକିରି କରିଦେବା ବାହାନାରେ ବାହାର ଦେଶର ଦଲାଲ ମାନଙ୍କ କବ୍ଜାରେ ବନ୍ଧା ପଡୁଛନ୍ତି। ଯେମିତି ଆଜି ଏହି ଖାନୁଆଁ ଗ୍ରାମର ଲିଜା ଗୀତାଞ୍ଜଳି ଦାଦନ ଖଟିବାକୁ ଯାଇ ଦୁଇମାସ ହେବ ନିଖୋଜ ଅଛନ୍ତି ।ତେବେ କାହିଁକି ପୋଲିସ୍ ନିରବ ରହିଛି ଏବଂ କଣ ପାଇଁ ଏହି ନିଖୋଜ ଝିଅ ର ବାପା ମାଆ ଙ୍କୁ ସହଯୋଗ କରୁ ନାହାଁନ୍ତି ।ଆମେ ବଡସାହି ଥାନା ଅଧିକାରୀ ପ୍ରଭୁକଲ୍ଯାଣ ଆଚାର୍ଯ୍ଯ ଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରିଥିଲୁ। ତେବେ ମୂଖ୍ଯ ଅଭିଯୁକ୍ତ ଶଙ୍କର ପାତ୍ର କୁ ରାଜସ୍ଥାନ ର କଟା ଜେଲ୍ ରେ ରହିଥିବାରୁ ଆମେ କିଛି ବର୍ତ୍ତମାନ କରିପାରୁ ନାହୁଁ ।ତେବେ କୋର୍ଟ ର ନିୟମ ମୁତାବକ ଅଭିଯୁକ୍ତ ଶଙ୍କର ପାତ୍ର ଙ୍କୁ ରିମାଇଣ୍ଡରେ ଅଣିବା ପରେ ସବୁ ସତ୍ଯ ବାହାରକୁ ଆସିବ ଏବଂ ସେ ଦୁଇ ଝିଅ ତାଙ୍କ ଘରକୁ ଫେରିବାର ଆମେ ସତ ଚେଷ୍ଟିତ ବୋଲି ଥାନା ଅଧିକାରୀ କହିଛନ୍ତି ।ସେପଟେ ପୋଲିସ୍ କାର୍ଯ୍ଯକଳାପ ଉପରେ ଆଙ୍ଗୁଠି ଉଠାଇଛନ୍ତି। ସେହି ଖାନୁଆ ଗ୍ରାମର ଜଣେ ଯୁବ ସମାଜସେବୀ ଏବଂ ଏହି ଦୁଇ ନିଖୋଜ ଝିଅ ଲିଜା ଓ ଗୀତାଞ୍ଜଳି କୁ ଫେରାଇ ଆଣିବା ପାଇଁ ଜିଲ୍ଲାପାଳ ଓ ବାରିପଦା ଆରକ୍ଷୀ ଅଧିକ୍ଷକ ଙ୍କୁ ନିବେଦନ କରିଛନ୍ତି ।ତେବେ କେବେ ମୁଖ୍ଯ ଅଭିଯୁକ୍ତ ଶଙ୍କର ପାତ୍ର ରିମାଇଣ୍ଡରେ ଆସିବ ଏବଂ ଘଟଣାର ସଠିକ୍ ତଦନ୍ତ ହୋଇ ଏହି ଦୁଇ ନିଖୋଜ ଝିଅ ଲିଜା ଓ ଗୀତାଞ୍ଜଳି ତାଙ୍କ ଘରକୁ ଫେରିବେ ତାରି ଅପେକ୍ଷାରେ ଦୁଇ ପରିବାର।

ମୟୁରଭଞ୍ଜ ରୁ ତପନ କୁମାର ଦଣ୍ଡପାଟ MPX TV

Share this…
Share on Facebook

Facebook