ଅନୁଗୋଳ:ପୁଣିଥରେ ଅନୁଗୁଳରେ ଆରମ୍ଭ ହୋଇଛି ପଥତ୍ସବ ବା ରାହାଗିରି। ଏବେ ପୁଣିଥରେ ରାସ୍ତା ଉପରେ ନାଚ, ଗୀତ, ଖେଳର ଆସର ଜମିଲା। ଆଉ ମନୋରଞ୍ଜନ ରେ ଝୁମିଲେ ଅନୁଗୁଳ ବାସିନ୍ଦା। ଉତ୍କଳ ଦିବସ ଓ ଅନୁଗୁଳ ପ୍ରତିଷ୍ଠା ଦିବସ ଅବସରରେ ଏପ୍ରିଲ ୧ରେ ସହରରେ ରାହାଗିରି ଆୟୋଜନ କରିଛି ଜିଲ୍ଲା ପ୍ରଶାସନ। ଏଥିପାଇଁ ଶୁକ୍ରବାର ଅର୍ଥାତ ଆଜି ଦିନ ସକାଳ ୬ଟାରୁ ୯ ଯାଏଁ ଜଗନ୍ନାଥ ମନ୍ଦିର ରାସ୍ତାରେ ରାହାଗିରି ଆୟୋଜିତ ହୋଇଛି । ସହରର ଲୋକଙ୍କୁ ଏ ଅବସରରେ ରାସ୍ତାକୁ ଆସି ଭାଗ ନେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିମନ୍ତ୍ରଣ କରାଯାଉଥିଲା ଓ ଏହି ନିମନ୍ତ୍ରଣ କ୍ରମେ ବହୁ ସଂଖ୍ୟାରେ ଲୋକ ଯୋଗ ଦେଇଥିଲେ।
ସୂଚନା ମୁତାବକ, ୧ ଏପ୍ରିଲ ୨୦୨୨ ଦିନ ଉତ୍କଳ ଦିବସ ଓ ଅନୁଗୁଳ ଜିଲ୍ଲା ପ୍ରତିଷ୍ଠା ଦିବସରେ ଜଗନ୍ନାଥ ମନ୍ଦିର ରାସ୍ତାରେ ରାହାଗିରି ଆୟୋଜିତ ହୋଇଛି , ଏଥିରେ ଚିତ୍ରକଳା, ଡ୍ୟାନ୍ସ, ସଙ୍ଗୀତ ,ସ୍କେଟିଙ୍ଗ, ସାଇକେଲିଙ୍ଗ, ଓ କରାଟୀ, ଫିଟନେସ ମନ୍ତ୍ର ସହିତ ରିୟାପ ଓ ପାଠାଗାର ରାସ୍ତା ରେ ଦେଖିବାକୁ ମିଳିଥିଲା । ସୂଚନାଯୋଗ୍ୟ ଯେ, କରୋନା ଯୋଗୁ ଗତ ୨ ବର୍ଷ ହେଲାଣି କୌଣସି ସାମୂହିକ କାର୍ଯ୍ୟକ୍ରମ ଆୟୋଜନ ହେଉନଥିଲା। ଏଣୁ ରାହାଗିରି ବି ବନ୍ଦ ଥିଲା। କିନ୍ତୁ ଏବେ କରୋନାର ପ୍ରକୋପ ଧୀରେ ଧୀରେ କମୁଥିବାରୁ ଲୋକଙ୍କ ମନୋରଞ୍ଜନ ପାଇଁ ଜିଲ୍ଲା ପ୍ରଶାସନ ପୁଣି ଥରେ ରାହାଗିରି ଆରମ୍ଭ ହୋଇଥିବା ନେଇ କହିଛନ୍ତି ଜିଲ୍ଲାପାଳ ମହୋଦୟ । ସମସ୍ତେ ଏଥିରେ ଅଂଶଗ୍ରହଣ ସମସ୍ତ ବ୍ୟକ୍ତି ଵିଶେଷ ଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଧନ୍ୟବାଦ ଦିଆଯାଇଛି । ଏହା ନିୟମିତ ବ୍ୟବଧାନରେ ଆଗକୁ କରାଯିବାର ଲକ୍ଷ ରଖାଯାଇଛି । ଅନୁଗୋଳ ରୁ ଦିଲୀପ ନାୟକ ଙ୍କ ରିପୋର୍ଟ MPX TV