ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ବାଲିଖଣ୍ଡ ଗ୍ରାମର ଏକ ବିଲରୁ ମୃତ ଦେହ ପଡିଥିବାର ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ବାଲିଖଣ୍ଡ ଗ୍ରାମର ଆନନ୍ଦ ଚନ୍ଦ୍ର ପତ୍ରି ପ୍ରାଣ କୃଷ୍ଣ ସଂସ୍କୃତ ବିଦ୍ୟାଳୟର, ଅବସରର ପ୍ରାପ୍ତ ପ୍ରଧାନ ଶିକ୍ଷକ ଥିଲେ। ଗତକାଲି ବିଳମ୍ବିତ କେହି ଦୁର୍ବୁତ୍ତ ଘରେ ପଶି ଆନନ୍ଦ ପତ୍ରି ଏବଂ ତାଙ୍କ ସ୍ତ୍ରୀ ଙ୍କୁ ଆକ୍ରମଣ କରିଥିଲେ। ଯାହାଫଳରେ ଆନନ୍ଦ ଙ୍କ ମୃତ୍ୟୁ ହୋଇଥିଲା ବେଳେ ସ୍ତ୍ରୀ ଗୁରୁତର ଅବସ୍ଥାରେ ଭଦ୍ରକ ମେଡ଼ିକାଲ ରେ ଭର୍ତ୍ତି କରାଯାଇଛି।
ଅନ୍ୟ ପଟେ ଆନନ୍ଦ ଙ୍କର ଘରର ସମସ୍ତ କାଗଜ ପତ୍ର, ମୋବାଇଲ, ପେଣ୍ଟ ସାର୍ଟ ବିଭିନ୍ନ ସ୍ଥାନରେ ପଡିଥିବା ବେଳେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବେଳେ କେହି ଦୁର୍ବୁତ୍ତ ଅତି ନୃଶଂସ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣା ସ୍ଥଳରେ ସିମୁଳିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ସୋର ରୁ ସରତ ନାୟକ ଙ୍କ ରିପୋର୍ଟ