କେନ୍ଦ୍ରାପଡ଼ା -ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି ଅଭିଭାବକ। ହେଲେ ବାରମ୍ବାର ଗୁହାରି ପରେବି ଶୁଣୁନାହାଁନ୍ତି ମଣ୍ଡଳ ଶିକ୍ଷାଅଧିକାରୀ। ଏବେ ନିଷ୍ପତି ଅନଶନ କରିବେ l
ଏବେ ଆସନ୍ତୁ ନଜର ପକାଇବା ସମ୍ପୂର୍ଣ ଖବର ଉପରେ ରାଜ୍ୟସରକାର ଶିକ୍ଷାର ଉନ୍ନତି ପାଇଁ ସ୍ମାର୍ଟ ସ୍କୁଲ ଓ ଶିକ୍ଷାକୁ ବାଧ୍ୟତା ମୂଳକ କରାଇ ଛାତ୍ରଛାତ୍ରୀ ମାନଙ୍କୁ ସ୍କୁଲ ମୁହାଁ କରିବା ପାଇଁ ମାଳ ମାଳ ଯୋଜନା କରୁଥିବା ବେଳେ ଉପାନ୍ତ ଅଞ୍ଚଳ କଥା ଭୁଲିଯାଇଛନ୍ତି।କେବଳ ଚିକ୍କଣ କାନ୍ତଃ ଓ ଚିକ ମିକ ପରିବେଶ କୁ ଛାଡିଲେ ଶିକ୍ଷା ର ବିକାଶ ଉପରେ ଗୁରୁତ୍ୱ ଦେଉଥିବା କଥା କେବଳ କାଗଜ କଲମରେ ସୀମିତ ରହିଯାଇଛି l ଯାହାର ଉଦାହରଣ କେନ୍ଦ୍ରାପଡା ଜିଲ୍ଲା ରାଜକନିକା ପେଗରପଡା ଗ୍ରାମ ପଞ୍ଚାୟତ ପ୍ରତାପ ପୁର ପ୍ରାଥମିକ ବିଦ୍ୟାଳୟ ରେ ଦେଖିବାକୁ ମିଳିଛି।ରାଜ୍ୟ ସରକାର କୋଟି କୋଟି ଟଙ୍କା ଶିକ୍ଷା ଉପରେ ଖର୍ଚ୍ଚ କରୁଛନ୍ତି କିନ୍ତୁ ସ୍କୁଲରେ ଶିକ୍ଷକ ନାହାଁନ୍ତି ଯାହାକୁ ନେଇ ଅଭିଭାବକ ମହଲରେ ବଢୁଛି ଅସନ୍ତୋଷ l
ଜଣେ ଶିକ୍ଷୟତ୍ରୀ ପାଞ୍ଚ ପାଞ୍ଚଟା ଶ୍ରେଣୀଗୃହରେ କରୁଛନ୍ତି ଶିକ୍ଷାଦାନ ।ସେଏବି ଅଢେଦିନ ଆସିଲେ ଅଢେଦିନ ଛୁଟିରେ ରୁହନ୍ତି।ମନମାନିରେ ଚାଲେ ସ୍କୁଲ।ପିଲା ମାନଙ୍କର ବୌଦ୍ଧିକ ବିକାଶ ପରିବର୍ତ୍ତେ ପାଠପଢ଼ା ଅଭାବରୁ ଏବେ ବିନାଶ ପଥେ ଶିକ୍ଷା ବ୍ୟବସ୍ଥା।ଆସନ୍ତୁ ଶୁଣିନେବା ପେଗରପଡା ପ୍ରତାପପୁର ବିଦ୍ୟାଳୟର ପିଲାମାନଙ୍କ ଠାରୁ l
ଶୁଣିଲେତ ବିଦ୍ୟାଳୟର ପଢ଼ୁଥିବା ପିଲାମାନେ କଣ କହୁଛନ୍ତି।ଏ ନେଇ ପିଲାମାନେ ଅଭିଭାବକଙ୍କ ପାଖରେ ଜଣାଇବାରୁ ପିଲା ମାନଙ୍କ ଭବିଷ୍ୟତକୁ ଆଖିଆଗରେ ରଖି ଅଭିଭାବକ ମାନେ ଧାଇଁ ଆସନ୍ତି ବ୍ଲକ ଶିକ୍ଷାଅଧିକାରୀଙ୍କ ନିକଟକୁ ଗୁହାରି କରିବା ପାଇଁ।ଥରେ ନୁହେ ବାରମ୍ବାର ବାରମ୍ବାର ଗୁହାରି ପରେବି ଫଳ ସୁନ l ତେବେ ଏନେଇ ବ୍ଲକ ଶିକ୍ଷାଅଧିକାରୀଙ୍କ ପ୍ରତିକ୍ରିୟାରେ ସେ କୁହନ୍ତି ଛାଞ୍ଚଲ୍ୟ କର କଥା…କେବଳ ପ୍ରତାପ ପୁର ନୁହେ ବ୍ଲକ ର ଏମିତି 23 ଟି ସ୍କୁଲ ରହିଛି ଯେଉଁଠି ଜଣେ ଲେଖାଏଁ ଶିକ୍ଷକ ରହିଛନ୍ତି।ଆଗାମୀ ଦିନରେ 26 ହୋଇ ପାରେ।କିନ୍ତୁ ମୁଁ ନାଚାର…ବିଓ ଙ୍କର ଏଭଳି ପ୍ରତିକ୍ରିୟା ପରେ ଶିକ୍ଷା ବ୍ୟବସ୍ଥାରେ ବାସ୍ତବ ଚିତ୍ର ପଦାରେ ପଡିଛି।
ଭାତ ହାଣ୍ଡିରୁ ଗୋଟାଏ ଭାତ ଚିପିଲା ପରି ଏହି ଘଟଣାରୁ ସ୍ପଷ୍ଟ ଅନୁମେୟ ରାଜ୍ୟରେ କିଭଳି ଚାଲିଛି ଶିକ୍ଷା ବ୍ୟବସ୍ଥା l
କେନ୍ଦ୍ରାପଡ଼ା ରୁ ଦୈତାରୀ ଜେନା mpx tv