ଛାତ୍ରଛାତ୍ରୀଙ୍କୁ ପରୀକ୍ଷାର ସାମ୍ନା କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଗୁରୁମନ୍ତ୍ର

ମାଲକାନଗିରି – ଆଜି ଭାରତ ର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଛାତ୍ର ଛାତ୍ରୀଙ୍କ ପରୀକ୍ଷାର ସାମ୍ନା କରିବା ପାଇଁ ପରୀକ୍ଷା ଉପରେ ଉପରେ ଚର୍ଚ୍ଚା କାର୍ଯ୍ୟକ୍ରମ କରିଛନ୍ତି । ସକାଳ 11 ଟା ସମୟ ଠାରୁ ଏହି ଚର୍ଚ୍ଚା କାର୍ଯ୍ୟକ୍ରମ ହୋଇଥିଲା । ମାଲକାନଗିରି ଜିଲ୍ଲାରେ ଥିବା ପ୍ରତ୍ୟକ ଛାତ୍ର ଛାତ୍ରୀ ଙ୍କୁ ଏହି କାର୍ଯ୍ୟ କ୍ରମରେ ପରୀକ୍ଷାକୁ କିପରି ସାମ୍ନା କରିବା ସେ ସମ୍ବନ୍ଧରେ ମୋଦି ଉପଦେଶ ଦେଇଥିଲେ ।

କୋରୋନା ମହାମାରୀ ସମୟରେ ଦୀର୍ଘ 2 ବର୍ଷ ଧରି ପାଠ ପଢ଼ାରେ ବାଧା ସୃଷ୍ଟି ହେବା ସହ ଅନେକ ଶ୍ରେଣୀ ର ପରୀକ୍ଷା ହେଉନଥିଲା ଓ ଅନେକ ପରୀକ୍ଷା ଅନଲାଇନ ରେ ହେଉଥିଲା । କିନ୍ତୁ ଚଳିତ ବର୍ଷ ମଧ୍ୟ କୋରନା କଟକଣା ଯଗୁଁ ଶିକ୍ଷାଦାନ କରିବାରେ କିଛିଟା ବାଧା ଉପୁଜିଛି। କିନ୍ତୁ ଶିକ୍ଷକ ମାନେ ସେମାନଙ୍କ ଶିକ୍ଷା ଦେଇଛନ୍ତି । ତେବେ ଆଗକୁ ଥିବା ପରୀକ୍ଷାରେ ଛାତ୍ର ଛାତ୍ରୀ ମାନେ କିଭଳି ଭାବେ ପରୀକ୍ଷା ଦେବେ ସେ ସମ୍ବନ୍ଧରେ ଆଜି ହେଉଥିବା ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟ କ୍ରମରେ ଶ୍ରୀ ମୋଦି ପ୍ରକାଶ କରିଛନ୍ତି । ମୋଦିଙ୍କ ଏହି କାର୍ଯ୍ୟକ୍ରମ କୁ ଅନେକ ଛାତ୍ର ଛାତ୍ରୀ ଦେଖି ପରୀକ୍ଷା ଦେବାରେ ତାଙ୍କର ଆତ୍ମ ବିଶ୍ୱାସ ବଢି ଯାଇଥିବା ପ୍ରକାଶ କରିଛନ୍ତି । ଏବଂ ଦୃଢ ବିଶ୍ବାସ ର ସହ ପରୀକ୍ଷା ଦେବା କୁ ମଧ୍ୟ ପ୍ରସ୍ତୁତ ଅଛନ୍ତି ।ରିପୋର୍ଟ -ଶିବ ପ୍ରସାଦ ଦାସ
ମାଲକାନଗିରି

Share this…
Share on Facebook

Facebook