ଝିଅକୁ ମାରି ଟାଙ୍ଗିଦେଲା ଯୌତୁକ ଜହ୍ଲାଦ

ବାଲେଶ୍ବର: ବିବାହିତା ମହିଳା ଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର , ଅଧିକ ଯୌତୁକ ଦାବି କରି ଝିଅ କୁ ଶାଶୁ ଘର ଲୋକେ ମାରି ଦେଇଥିବା ଅଭିଯୋଗ କରିଛନ୍ତି ବାପଘର ଲୋକେ , ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ସାହାଡା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା , ସୂଚନା ଅନୁଯାୟୀ ସିଂଲା ଥାନା ଅନ୍ତର୍ଗତ ସାର୍ଥା ଗ୍ରାମର ରବିନ୍ଦ୍ର ଦଳାଇ ଙ୍କ ଝିଅ ସବିତା ଙ୍କୁ ସାହାଡା ଗ୍ରାମର ବୁଲା ଚକ୍ରବର୍ତ୍ତୀ ବିବାହ କରିଥିଲେ ,

ବିବାହ ପର ଠାରୁ ସବିତା ଙ୍କୁ ଶାଶୁ ଘର ଲୋକେ ଅଧିକ ଯୌତୁକ ଦାବି କରି ଶାରିରୀକ ଏବଂ ମାନସିକ ନିର୍ଯ୍ଯାତନା ଦେଇ ଆସୁଥିବା ନେଇ ଅଭିଯୋଗ ହୋଇଛି , ତେବେ ଗତକାଲି ଶୋଇବା ଘର ଭିତରୁ ସବିତା ଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରା ଯାଇଥିଲା ,

ଏନେଇ ମୃତ ସବିତା ଙ୍କ ପରିବାର ଲୋକେ ଝିଅ କୁ ହତ୍ଯା କରା ଯାଇଥିବା ନେଇ ସିଂଲା ଥାନା ରେ ଲିଖିତ ଅଭିଯୋଗ କରିବା ସହ ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ଯାନୁଷ୍ଠାନ ପାଂଇ ଦାବି କରିଛନ୍ତି , ଅଭିଯୋଗ କୁ ଭିତ୍ତି କରି ସିଂଲା ପୋଲିସ ଘଟଣା ର ତଦନ୍ତ କରୁଛି

Share this…
Share on Facebook

Facebook