ତେଲକୋଇ-ପୋଖରୀ ରେ ବୁଡି ସାତ ବର୍ଷର ଶିଶୁକନ୍ୟା ମୃତ।ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ତେଲକୋଇ ଥାନା ମଲଣ୍ଡା ଗାଁରେ। ମୃତକ ହେଲେ ମଲଣ୍ଡା ଗାଁ ସୁଶାନ୍ତ ନାୟକ ଙ୍କ ଝିଅ ପୁଷ୍ପିତା ନାୟକ। ଘରେ କେହି ନଥିବା ସମୟରେ ଘର ନିକଟରେ ଥିବା ପୋଖରୀ କୁ ପୁଷ୍ପିତା ଏକା ଏକା ଗାଧୋଇବା କୁ ଯାଇଥିଲେ । ତେବେ ଗାଧୋଇବା କୁ ଯାଇଥିବା ବେଳେ କୌଣସୀ କାରଣ ରୁ ଗୋଡ ଖସି ବୁଡି ଯାଇଥିଲେ ।
କିଛି ମହିଳା ଗାଧୋଇବା କୁ ଯାଇଥିବା ବେଳେ ଶିଶୁକନ୍ୟା ର ମୃତଦେହ ଭାସୁଥିବା ର ଦେଖି ଉଦ୍ଧାର କରି ପରିବାର ଲୋକଙ୍କୁ ଖବର ଦେଇଥିଲେ।ଘର ଲୋକ ଘଟଣା ସ୍ଥଳରେ ପହଞ୍ଚି ପୁଷ୍ପିତା ଙ୍କୁ ମେଡିକାଲ କୁ ନେଇଥିଲେ ।ତେବେ ଡାକ୍ତର ସେଠାରେ ଶିଶୁକନ୍ୟା କୁ ମୃତ ଘୋଷଣା କରିଥିଲେ।ରିପୋର୍ଟର-ଜ୍ଞାନ ରଞ୍ଜନ ସାହୁ,