ସାଲେପୁର-ରାଜନୈତିକ ଆକ୍ରୋଶର ଶିକାର ହୋଇ ଦୁଇ ମାସ ହେବ ବାର୍ଦ୍ଧକ୍ୟ ଭତ୍ତାରୁ ୭୦ ଜଣ ହିତାଧିକାରୀମନେ ବଂଚିତ। ବାର୍ଦ୍ଧକ୍ୟ ଭତ୍ତା ନ ମିଳିବାରୁ ହିତାଧିକାରୀମାନେ ଘେରିଲେ ପଞ୍ଚାୟତ କାର୍ଯ୍ୟାଳୟ। ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ବ୍ଳକ ପୁରୁଣାହାଟ ପଞ୍ଚାୟତରେ।
ସୂଚନାଯୋଗ୍ୟ ଶାସକ ଦଳକୁ ଭୋଟ ନ ଦେବାରୁ ବାର୍ଦ୍ଧକ୍ୟ ଭତ୍ତା ରୁ ବଞ୍ଚିତ ହିତାଧିକାରୀ ନିଜର ପ୍ରାପ୍ୟ ପାଇବା ପାଇଁ ମୁଣ୍ଡ ଫଟା ଖରାରେ ବାର୍ଦ୍ଧକ୍ୟ ଅବସ୍ଥାରେ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରିଥିବା ବେଳେ ନା ସରପଞ୍ଚ ନା ବ୍ଲକ ପ୍ରଶାସନ କାହାର ଦେଖାନାହିଁ। ଅନ୍ୟପଟେ ଏହି ଘଟଣା ନେଇ ନବନିର୍ବାଚିତ ସରପଞ୍ଚ ଅଶୋକ କୁମାର ଭୁଇଁଆ ଙ୍କୁ ଯୋଗାଯୋଗ କରିବାରୁ ସେ ଫୋନ ଉଠାଉ ନାହାନ୍ତି।ନିର୍ବାଚିତ ପ୍ରତିନିଧିଙ୍କ ଦଳୀୟ ଆଧାରରେ ଭତ୍ତା ବଣ୍ଟନ ବିରୋଧରେ ଅଭିଯୋଗ ଆଣିଛନ୍ତି ହିତାଧିକାରୀ।
….. ମନୋଜ ସାହୁ, ସାଲେପୁର….