ମାଲକାନଗିରି – ଗଞ୍ଜେଇ ଚୋରା ଚାଲାଣ ପାଇଁ ଚର୍ଚ୍ଚାରେ ଥିବା ମାଲକାନଗିରି ଜିଲ୍ଲାରେ ଏବେ ଡୁବ୍ଲିକେଟ ପଇସା ତିଆରି କରୁଥିବା ବେପାରୀଙ୍କ ଅଡ୍ଡା ସ୍ଥଳୀ ପାଲଟିଛି । ଆଜି ଗୋଟିଏ ଦିନରେ 5 ଅଭିଯୁକ୍ତଙ୍କୁ କାବୁ କଲା ମାଲକାନଗିରି ପୋଲିସ । ସୂଚନା ଅନୁଯାୟୀ ଏହି ପାଞ୍ଚ ଜଣ ବ୍ୟକ୍ତି ନକଲି ବା ଡୁବ୍ଲିକେଟ ପଇସା ଲୋକଙ୍କୁ ଦେଉଥିବା ପୋଲିସ ସୂଚନା ପାଇଥିଲା । ତେବେ ଏହି 5 ଜଣଙ୍କ ଉପରେ ପୋଲିସ ନଜର ରଖିଥିଲା ଓ ଆଜି ଶିଖପାଲି ଛକ ଠାରେ ଏମାନଙ୍କୁ କାବୁ କରିଥିଲା । ଏମାନଙ୍କୁ କାବୁ କଲା ପରେ ଏମାନେ ନକଲି ପଇସା ନିଜେ ତିଆରି କରୁଥିବା କଥା ପୋଲିସ ଜାଣିବାକୁ ପାଇଥିଲେ।

କିନ୍ତୁ ତନାଘନା ପରେ ଜାଣିବାକୁ ପାଇଥିଲେ ଯେ ଏହି 5 ଜଣ ଲୋକଙ୍କୁ ନକଲି ଟଙ୍କା ଦେବେ କହି ସେମାନଙ୍କୁ ମିଛ କହୁଥିଲେ। କିନ୍ତୁ ଏହି ମାନେ ଆଜି ପ୍ରଯ୍ୟନ୍ତ କିଛିବି ଟଙ୍କା କାହାକୁ ଦେଇ ନାହାନ୍ତି। ଏହି ଅଭିଯୁକ୍ତ ମାନଙ୍କ ମଧ୍ୟରୁ 2 ଜଣ ୱେଷ୍ଟ ବେଙ୍ଗଲ ର ହୋଇଥିବା ବେଳେ ଆଉ 3 ଜଣ ମାଲକାନଗିରି ଜିଲ୍ଲାର । ଏହି ଅଭିଯୁକ୍ତ ମାନେ ଏହି କାରବାର ରାଜମେନ୍ଦ୍ରୀ , ବିଶାଖାପାଟଣା , ରାୟପୁର ଭଳି ସ୍ଥାନରେ କରୁଥିଲେ । ସେମାନଙ୍କ ଠାରୁ କିଛି ନକଲି ଲିକୁଏଡ ଜବତ କରାଯାଇଥିଲା । ତେବେ ବର୍ତମାନ ବି ତଦନ୍ତ ଚାଲିଥିବା ଏସ ଡି ପି ଓ ପ୍ରକାଶ କରିଛନ୍ତି ।ରିପୋର୍ଟ -ଶିବ ପ୍ରସାଦ ଦାସ

Share this…
Share on Facebook

Facebook