ବନ୍ଧା ହେଲେ ବିଷ କନ୍ୟା ଶର୍ମିଷ୍ଠା ରାଉତ

ଭଦ୍ରକ: ବନ୍ଧା ହେଲେ ବିଷ କନ୍ୟା ଶର୍ମିଷ୍ଠା ରାଉତ । କ୍ୟାମେରା ମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ଶେଷରେ ପୋଲିସ ଜାଲରେ ବିଷ କନ୍ୟା ଶର୍ମିଷ୍ଠା ରାଉତ । ଭଦ୍ରକ ନଳାଙ୍ଗରୁ ଗିରଫ କଲା କ୍ରାଇମବ୍ରାଂଚ ଓ ଭଦ୍ରକ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ଏହାସହ ଶର୍ମିଷ୍ଠାଙ୍କ ସହଯୋଗୀ ଝୁନା ଭୋଇ ଗିରଫ ହୋଇଛି । ମାନସଙ୍କୁ ନିର୍ମମ ଭାବେ ହତ୍ୟା କରି କଲିକତା ଓ ଆସମରେ ଫେରାର ଥିଲେ ଶର୍ମିଷ୍ଠା । ଆଜି ଚାନ୍ଦବାଲି ଜେ.ମଏ.ଫସି କୋର୍ଟରେ ହାଜର କରାଯିବ । ଏହାସହ ୧୦ ଦିନ ରିମାଣ୍ଡରେ ଆଣିବାକୁ ଆବେଦନ କରିବ କ୍ରାଇମବ୍ରାଂଚ । ରିପୋର୍ଟ ଅନୁଯାୟୀ-
ଚାକିରି ଛାଡ଼ିବା ବେଳେ ମାନସ ୱେବ୍ ପୋର୍ଟାଲର କିଛି ଗୁପ୍ତ ତଥ୍ୟ ଥିବା ମେମୋରୀ ଚିପ୍ ନେଇଯାଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ବିଚଳିତ ହୋଇପଡ଼ିଥିଲେ ୱେବ୍ ପୋର୍ଟାଲ ମାଲିକାଣୀ ଶର୍ମିଷ୍ଠା ରାଉତ। ଚୋରି କରିଥିବା ମେମୋରୀ ଚିପ୍ ଦେବାକୁ ମାନସ ଧରାଛୁଆଁ ଦେଇ ନ ଥିବା ବେଳେ ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ ଶର୍ମିଷ୍ଠା।
ଯୋଜନା ମୁତାବକ, ମାନସ ଚାନ୍ଦବାଲିରୁ ଫେରୁଥିବା ବେଳେ ତାଙ୍କୁ ଏକ କାର୍ରେ ଅପହରଣ କରି ଭୁବନେଶ୍ୱର ନିଆଯାଇଥିଲା। ସେଠାରେ ତାଙ୍କୁ ଅସହ୍ୟ ନିର୍ୟାତନା ଦିଆଯାଇଥିବା ବେଳେ ତାଙ୍କ ମୃତ୍ୟୁ ଘଟିଥିଲା। ଏହା ପରେ ମୃତଦେହକୁ ପୋତି ଦେଇଥିଲେ ଶର୍ମିଷ୍ଠା ଓ ତାଙ୍କ ସହଯୋଗୀ।
ଏହି ଘଟଣାରେ ସମ୍ପୃକ୍ତ ଅଭିଯୋଗରେ ପୂର୍ବତନ ଓଆଇଏସ୍ ନିରଞ୍ଜନ ସେଠୀ, ଶର୍ମିଷ୍ଠାଙ୍କ ଭାଇଙ୍କ ସମେତ ୫ ଅଭିଯୁକ୍ତଙ୍କୁ ପୂର୍ବରୁ ଗିରଫ କରାଯାଇଥିଲା। ଏହାପରେ ଶର୍ମିଷ୍ଠାଙ୍କୁ ଗିରଫ ପାଇଁ ଭଦ୍ରକ ଏସ୍ପି ୩ଟି ଟିମ୍ ଗଠନ କରିଥିଲେ। ଏହି ସମସ୍ତ ଟିମ୍ ରାଜ୍ୟ ଭିତରେ ତଥା ବାହାରେ ଖୋଜାଖୋଜି କରୁଥିଲେ ମଧ୍ୟ କୌଣସି ସଫଳତା ମିଳି ନ ଥିଲା। ଏହାପରେ ଏହି ବହୁ ଚର୍ଚ୍ଚିତ ମାମଲା କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା। କ୍ରାଇମବ୍ରାଞ୍ଚ ପକ୍ଷରୁ ୨ଟି ଟିମ୍ ଗଠନ କରାଯାଇଥିବା ବେଳେ ଗୋଟିଏ ଟିମ୍ ରାଜ୍ୟ ବାହାରକୁ ଯାଇଥିଲା ଓ ଅନ୍ୟଟି ରାଜ୍ୟ ଭିତରେ ଖୋଜାଖୋଜି କରୁଥିଲା। ଏହାପରେ ଆଜି ଶର୍ମିଷ୍ଠାଙ୍କୁ ଭଦ୍ରକର ନଳାଙ୍ଗରୁ ଗିରଫ କରାଯାଇଥିବା ଜଣାଯାଇଛି।

Share this…
Share on Facebook

Facebook