ଶାନ୍ତିପୂର୍ଣ୍ଣ ରାସ୍ତାରୋକ କଲା ଟ୍ରେଡ଼ ୟୁନିୟନ

କେନ୍ଦ୍ରାପଡା: -ଆଜିଠାରୁ କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କ ମିଳିତ ମଞ୍ଚର ଦୁଇ ଦିନିଆ ସର୍ବଭାରତୀୟ ଧର୍ମଘଟ ଭାରତ ବନ୍ଦ ଆରମ୍ଭ ହୋଇଛି।‌ ୧୨ ଦଫା ଦାବି ନେଇ ଏହି ଧର୍ମଘଟ କରାଯାଉଛି।କେନ୍ଦ୍ରାପଡା ଜିଲ୍ଲାରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି।ତିନିମୁହାଣୀ ଛକ ନିକଟରେ ରାସ୍ତାରୋକ କରାଯିବା ସହ ବିଭିନ୍ନ ବ୍ୟାଙ୍କ ସମ୍ମୁଖରେ ଧାରଣା ରେ ବସିଛନ୍ତି।ଯାହା ଫଳରେ ଶହ ଶହ ଗାଡି ମଟର ଉଭୟ ପାର୍ଶ୍ଵ ରେ ଅଟକି ରହିଛି।ଏଲ୍‌ପିଜି ଦାମ୍‌ରେ ୫୦ ଟଙ୍କା ଏବଂ ପେଟ୍ରୋଲ୍ ଓ ଡିଜେଲ୍‌ ଦାମ୍‌ରେ ନିୟମିତ ୮୦ ପଇସାର ଦରବୃଦ୍ଧି ଅସହ୍ୟ ହୋଇପଡ଼ିଛି। ବ୍ୟାପକ ଠିକାକରଣ ଓ ଆଉଟ୍‌ସୋର୍ସିଂ କରାଯାଉଛି। ବିଭିନ୍ନ ସରକାରୀ ସମ୍ପତ୍ତି ଯଥା ଖଣି, ବିମାନ ବନ୍ଦର, ବ୍ୟାଙ୍କ ଓ ବୀମା କଂପାନି, ରାଷ୍ଟ୍ରାୟତ୍ତ ଉଦ୍ୟୋଗ, ବନ୍ଦର, ରେଳବାଇ, ବିଦ୍ୟୁତ, ଇସ୍ପାତ, ଇଞ୍ଜିନିୟରିଂ ଓ ରାଜପଥ ଆଦିର ଘରୋଇକରଣ କରାଯାଉଛି।ଶ୍ରମିକମାନଙ୍କୁ ସର୍ବନିମ୍ନ ମଜୁରି ଓ ସାମାଜିକ ସୁରକ୍ଷା ବ୍ୟବସ୍ଥା କରାଯାଉନାହିଁ। ସରକାରଙ୍କ ଏହି ସମସ୍ତ ନୀତି, ପଦକ୍ଷେପ ଓ ଆଭିମୁଖ୍ୟକୁ ଶ୍ରମିକ ସଂଗଠନଗୁଡ଼ିକ ବିରୋଧ କରି ଧର୍ମଘଟ ଡାକରା ଦେଇଛନ୍ତି।ଆଇଏନ୍‌ଟିୟୁସି, ଏଆଇଟିୟୁସି, ଏଚ୍‌ଏମ୍ଏସ୍‌, ସିଟୁ, ଏଆଇୟୁଟିୟସି, ଏଆଇସିସିଟିୟୁ, ଟିୟୁସିସି, ‌ଏସଇଡବ୍ଲୁଏ ଓ ଏଲ୍‌ପିଏଫ୍‌ ଭଳି ଶ୍ରମିକ ସଂଗଠନ ଏହି ଧର୍ମଘଟରେ ସାମିଲ ହୋଇଛନ୍ତି।

Share this…
Share on Facebook

Facebook