ରାଇରଙ୍ଗପୁର କୁ ଅକାମୀ କରିଦେଲା ଟ୍ରେଡ଼ ୟୁନିୟନ

 

ମାର୍ଚ୍ଚ ୨୮ /୨୯ କେନ୍ଦ୍ର ସରକାରଙ୍କ ଜନବିରୋଧୀ ବିରୋଧରେ ଭାରତ ବନ୍ଦ ଡାକରା ପ୍ରଥମ ଦିନରେ ସଫଳ ହୋଇଛି , ତେବେ କେନ୍ଦ୍ର ସରକାର କୃଷକ ବିରୋଧୀ, ଶ୍ରମିକ ବିରୋଧୀ ତଥା ରାଷ୍ଟ୍ର ବିରୋଧୀ ନୀତିକୁ ବିରୋଧ କରି ୧୦ ଟି କେନ୍ଦ୍ରୀୟ ଟ୍ରେଡ ୟୁନିୟନର ଓ କର୍ମଚାରୀ ଫେଡେରେସନଙ୍କ ମିଳିତ ଆହ୍ଵାନରେ ଆସନ୍ତା ମାର୍ଚ୍ଚ ୨୮/୨୯ ତାରିଖ ସାରା ଭାରତରେ ସାଧାରଣ ଧର୍ମଘଟ ଡାକରା କୁ ସାଧାରଣ ଜନତା ସମର୍ଥନଦେଇ ସଫଳ କରିଛନ୍ତି । ଏହାକୁ ନେଇ ମୟୂରଭଞ୍ଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡର ସଦର ମହକୁମା ରାଇରଙ୍ଗପୁରଠାରେ ବିଭିନ୍ନ ଶ୍ରମିକ ସଂଗଠନ ଏଆଇଟିୟୁସି,ସିପିଆଇ ପକ୍ଷରୁ ସାଧାରଣ ଜନତାଙ୍କୁ କେନ୍ଦ୍ର ସରକାରଙ୍କ ଜନମାରଣ ନୀତି ବିରୁଦ୍ଧରେ ଜନସଚେତନତା ଓ ସତର୍କ କରିବା ପାଇଁ ଶୁକ୍ରବାର ଦିନ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ କରାଯାଇ ସଚେତନ କରାଯାଇଥିଲା ।

ମୟୂରଭଞ୍ଜ ର ବ୍ୟାଙ୍କ,ଟେଲିଫୋନ,ରେଳ,ଉଡାଣ,ଘରୋଇକରଣ,ଖଣି, କାରଖାନାରେ ଶ୍ରମିକ ଛଟେଇ, ଶ୍ରମିକଙ୍କୁ ୮ ଘଣ୍ଟା ଜାଗାରେ ୧୨ ଘଣ୍ଟା କଟାଇବା,ବିଡ଼ି ଶ୍ରମିକ, ଖବରକାଗଜ ଶ୍ରମିକ, ମତ୍ସ୍ୟଜୀବୀ,ମୋଟର କର୍ମଚାରୀ,ଆଶା,ଅଙ୍ଗନବାଡି,ପାଚିକା ମାନଙ୍କୁ କାର୍ଯ୍ୟ କ୍ଷେତ୍ରରେ ସାମାଜିକ ସୁରକ୍ଷା ,୪ଟି ଶ୍ରମକୋଡ ବାତିଲ,କୃଷି ଆଇନ‌ସଂପୁର୍ଣ ପ୍ରତ୍ୟାହାର ନେଇ ଏହି ଧର୍ମଘଟ ଡାକରା । ରାଇରଙ୍ଗପୁର ରେ ବନ୍ଦ ଡାକରା ର ମଙ୍ଗ ଧରିଥିଲେ
କମ୍ରେଡ୍ ମୋଙ୍ଗିଲାଲ ‌ହେମ୍ବ୍ରମ,କର୍ମୁଧର ଲୋହାର,ନିଳାମ୍ବର ନାଏକ,ଋଷିନାଥ ମୁଣ୍ଡା,ସମାଜର ଟୁଡୁ, ରାମେଶ୍ବର ମାଝି ଓ ଅନ୍ୟମାନେ ସାମିଲ ହୋଇଥିଲେ । ମୟୁରଭଞ୍ଜ ଜିଲ୍ଲା ରୁ ତପନ କୁମାର ଦଣ୍ଡପାଟ

Share this…
Share on Facebook

Facebook