କେନ୍ଦ୍ରାପଡ଼ା: ଅଧରାତିରେ ଚାଳ ଘରେ ଲାଗି ଗଲା ନିଆଁ । ନିଆଁର ପ୍ରଭାବ ଏପରି ଥିଲା ଆଖି ପିଛୁଳାକେ ସବୁ ପୋଡ଼ି ପାଉଁଷ କରିଦେଲା । ଏ ପରି ଅଭାବନୀୟ ଖବର କେନ୍ଦ୍ରାପଡ଼ା ଡ଼େରାବିଶ କନ୍ଦରପୁର ଗାଁରେ ଘଟିଥିବା ବେଳେ ସାରା ଅଂଚଳରେ ଶୋକର ବାତାବରଣ ସୃଷ୍ଟି କରିଛି । ଗାଁ ନୃସିଂହ ସାମଲଙ୍କ ପରିବାର ସଦସ୍ୟଙ୍କ ଜୀବନ ସିନା ବଂଚିଗଲା । ବାକି ଧନ ଜୀବନ ଅନ୍ଧାର ରାତିରେ ନିଆଁ ପୋଡ଼ି ପାଉଁଷ କରିଦେଲା । ଆଖି ସାମ୍ନାରେ ୪ଟି ଗାଇ ଅତି ଦୟନୀ ଭାବେ ନିଆଁରେ ଜଳି ଯାଇଥିବା ବେଳେ ୨ଟି ଗାଇ ଓ ଗୋଟାଏ ବାଛୁରୀ ଅତି ଗୁରୁତର ଭାବେ ଆହାତ ହୋଇଛନ୍ତି । ବାକି ଘରର ଆସବାପତ୍ର ଠାରୁ ଖାଦ୍ୟ ଟଙ୍କା ପଇଁଷା ସବୁ ନିଆଁ ରେ ଜଳି ପାଉଁଷ ହୋଇ ଯାଇଛି । ଖବର ପାଇଁ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଂଚିଲା ବେଳକୁ ସବୁ କିଛି ଛାରଖାର ହୋଇ ଯାଇଥିଲା । ତେବେ କ୍ଷତିପୂରଣ ଆକଳନ ପାଇଁ ଘଟଣାସ୍ଥଳରେ ସ୍ଥାନୀୟ ଆର .ଆଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । କେନ୍ଦ୍ରାପଡ଼ାରୁ ଦଇତାରୀ ଜେନାଙ୍କ ରିପୋର୍ଟ ନ୍ୟୁଜ୍

Share this…
Share on Facebook

Facebook