ବରାହିପୁରୁ-ଓଷଙ୍ଗ-ଗୋକନ ଗ୍ରାମ ପଞ୍ଚାୟତରେ ମନ୍ତ୍ରୀ ପ୍ରତାପ ଜେନା ଙ୍କ ଦ୍ବାରା ବିଭିନ୍ନ ପ୍ରକଳ୍ପ ଉଦ୍ଘାଟନ,ଶିଳାନ୍ୟାସ ଓ ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମ ।ରାଜ୍ୟ ପଞ୍ଚାୟତିରାଜ ,ଆଇନ, ପାନୀୟଜଳ, ଗୃହନିର୍ମାଣ ଓ ନଗରଉନ୍ନୟନ ବିଭାଗ ମନ୍ତ୍ରୀ ପ୍ରତାପ ଜେନା ମାହାଙ୍ଗା ବ୍ଲକ ବରାହିପୁରୁ-ଓସଙ୍ଗ-ଗୋକନ ପଞ୍ଚାୟତ ଗ୍ରସ୍ତ କରି ବିଭିନ୍ନ ପ୍ରକଳ୍ପ ଶୁଭ ଉଦ୍ଘାଟନ, ଶିଳାନ୍ୟାସ ଓ ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମ କରିଥିଲେ ।
ମନ୍ତ୍ରୀ ଶ୍ରୀ ଜେନା ବରାହିପୁରୁ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଗୃହ ଉଦ୍ଘାଟନ, ମହିଳାମିଶନ ଶକ୍ତି ଗୃହ, ଗୋକନ-ବଇଁଚୁଆ-ପଲ୍ଲିସାହି ଭାୟା ଆଦର୍ଶ ବିଦ୍ୟାଳୟ ଗ୍ରାମ୍ୟ ଉନ୍ନୟନ ରାସ୍ତାର ଶୁଭ ଶିଳାନ୍ୟାସ , ପୂର୍ବତନ ମନ୍ତ୍ରୀ ସେକ ମତଲୁବ ଅଲ୍ଲୀ ଓ ବିଶିଷ୍ଟ ଶିକ୍ଷାବିତ ରବୀନ୍ଦ୍ର କୁମାର ସାହୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ । ମନ୍ତ୍ରୀ ଙ୍କ ସହ ମାହାଙ୍ଗା ବ୍ଲକ ଅଧ୍ୟକ୍ଷା ଦିପା ମଲିକ, ଉପାଧକ୍ଷ ସତ୍ୟନାରାୟଣ ମହାନ୍ତି, ବିଡ଼ିଓ ନିହାର ରଞ୍ଜନ ମଲିକ,ମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ ଉମାଶଙ୍କର ବିଶ୍ୱାଳ,ଜିଲ୍ଲା ପରିଷଦ ସଭ୍ୟ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ,ସରପଞ୍ଚ ରତ୍ନାକର ସାହୁ,ସମାଜସେବୀ ଦେବରଂଜନ ମହାନ୍ତି ଙ୍କ ସମେତ ବହୁ ସରପଞ୍ଚ , ଜିଲ୍ଲା ପରିଷଦ ସଭ୍ୟ, ସ୍ୱୟଂ ସହାୟକ ଗୋଷ୍ଠି ମହିଳା, ବଭିନ୍ନ ବିଭାଗର ସରକାରୀ ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ । (Byte) ମାହାଙ୍ଗା ରୁ ଦେବେନ୍ଦ୍ର ଷଡ଼ଙ୍ଗୀ ଙ୍କ ରିପୋର୍ଟ ଆଫତାଵ ନିଉଜ ।