ମାଲକାନଗିରି ଜିଲ୍ଲାରେ ଗୋଟିଏ ପୌର ପରିଷଦ ଓ ଗୋଟେ NAC ରେ ହୋଇଥିଲା ନିର୍ବାଚନ ।ନିର୍ବାଚନ ଅଧିକାରୀଙ୍କ ତାରିଖ ଅନୁଯାୟୀ 24 ତାରିଖରେ ହୋଇଥିଲା ନିର୍ବାଚନ । ତେବେ ଆଜି ପୌର ନିର୍ବାଚନର ଫଳାଫଳ ବାହାରିଥିଲା । ଏହି ନିର୍ବାଚନରେ ମାଲକାନଗିରି ମୁନସିପାଲଟିରେ ବିଜେଡି ପ୍ରାଥୀ ବିଜୟୀ ହୋଇଥିବା ବେଳେ । ବାଲିମେଳା ଏନଏସି ରେ ବିଜେପି ପ୍ରାଥୀ ବିଜୟୀ ହୋଇଛନ୍ତି ।
ମାଲକାନଗିରି ପୌର ପରିଷଦ ର 19 ଗୋଟି ୱାର୍ଡରେ 5 ଗୋଟି ୱାର୍ଡ ରେ କଂଗ୍ରେସର ପ୍ରାଥି ବିଜୟ ହୋଇଥିବା ବେଳେ 14 ଗୋଟି ୱାର୍ଡରେ ବିଜେଡି ପ୍ରାଥି ବିଜୟ ହୋଇଛନ୍ତି। ପୌର ପରିଷଦ ଅଧକ୍ଷ ଭାବରେ ବିଜୁ ଜନତା ଦଳ ପ୍ରାଥି ମନୋଜ କୁମାର ବାରିକ ଜୟଯୁକ୍ତ ହୋଇଛନ୍ତି। ସେହିପରି ବାଲିମେଳା ଏନ ଏ ସି ର 12 ଟି ୱାର୍ଡ ରୁ 8 ଟିରେ ବିଜେଡି ୱାର୍ଡ ମେମ୍ବର ପ୍ରାଥୀ ବିଜୟୀ ହୋଇଥିବା ବେଳେ 4 ଟିରେ ବିଜେପି ପ୍ରାଥୀ ବିଜୟୀ ହୋଇଛନ୍ତି । ଏଥିସହ ଏନଏସି ଅଧକ୍ଷ ଭାବେ ବିଜେପି ପ୍ରାଥୀ ପ୍ରଦୀପ କୁମାର ନାୟକ ଜୟଯୁକ୍ତ ହୋଇଛନ୍ତି। ତେବେ ଜିଲ୍ଲାର ବିକାଶ ଦିଗରେ କାର୍ଯ୍ୟ କରିବେ ବୋଲି ଏହି ଦୁଇ ବିଜେତା ପ୍ରାଥୀ ପ୍ରକାଶ କରିଛନ୍ତି ।