ଭିଜିଲାନ୍ସ ଜାଲରେ ସରକାରୀ ଯନ୍ତ୍ରୀ

ମାଲକାନଗିରି: ଭିଜିଲାନସ୍ ଜାଲରେ ପଡିଲେ ମାଲକାନଗିରି ଜିଲ୍ଲା ଗ୍ରାମ୍ୟ ନିର୍ମାଣ ବିଭାଜନ-୧ ର ନିର୍ବାହୀ ଯନ୍ତ୍ରୀ ଆଶିଷ ଦାସ । ମାଲକାନଗିରି ଡି.ସି.ବି ବ୍ୟାଙ୍କରେ ନଗଦ 10 ଲକ୍ଷ ଟଙ୍କା ଜମା କରିବାକୁ ଯାଇଥିବା ସମୟରେ ଦୁର୍ନୀତି ନିବାରଣ ବିଭାଗ ତରଫରୁ ଚଢ଼ାଉ କରାଯାଇ ନିର୍ବାହୀ ଯନ୍ତ୍ରୀ ଆଶିଷ ଦାସଙ୍କୁ ଗିରଫ କରାଯାଇଛି ।

10 ଲକ୍ଷ ଟଙ୍କା ଜବତ କରିବା ସହ ନିର୍ବାହୀ ଯନ୍ତ୍ରୀ ଆଶିଷ ଦାସଙ୍କୁ ଭିଜିଲାନ୍ସ ଡିଏସପି ତାଙ୍କ କାର୍ଯ୍ୟାଳୟକୁ ନେଇ ଅଧିକା ପଚରା ଉଚୁରା କରୁଛନ୍ତି । ମାର୍ଚ୍ଚ ମାସରେ କିଛି ଠିକାଦାରଙ୍କୁ ବିଲ କରିଦବା କଥା କହି ଏହି ଅର୍ଥ ପିସି ଆକାରରେ ନେଇଥିଲେ ନିର୍ବାହୀ ଯନ୍ତ୍ରୀ ଆଶିସ ଦାସ । ଗିରଫ ପରେ ତାଙ୍କର ଆୟ ବହିର୍ଭୂତ ସଂପତ୍ତି ଉପରେନଜର ରଖିଛି ଭିଜିଲାନ୍ସ ବିଭାଗ ।ରିପୋର୍ଟ -ଶିବ ପ୍ରସାଦ ଦାସ

Share this…
Share on Facebook

Facebook