ଗଞ୍ଜାମ ଜିଲ୍ଲା ବମକେଇ ପଞ୍ଚାୟତ କୁମରଡା ଗ୍ରାମ ୱାର୍ଡ ନମ୍ୱର୍ 07 ର ୱାର୍ଡ ସଭ୍ୟା ଶ୍ରୀମତୀ ମମତା ପ୍ରଧାନ ଙ୍କ ସ୍ବାମୀ ଶ୍ରୀ ରବୀନ୍ଦ୍ର ପ୍ରଧାନ (ପି-ନରସିଂହ ପ୍ରଧାନ) ଙ୍କୁ ସଂଘବଦ୍ଧ ଆକ୍ରମଣରେ ଗୁରୁତ୍ୱର ଆହତ ହୋଇଥିବା ଜଣାପଡିଛି।ସୂଚନା ଏହା ଯେ ରବି ପ୍ରଧାନ ଆଜି ମଧ୍ୟାନ ରେ ପୋଖରୀ କୁ ଗାଧୋଇ ଯିବା ସମୟରେ ଦୁଇ ଜଣ ଯୁବକ ଗୌତମ ପ୍ରଧାନ ଓ ବଳିଆ ସେଠୀ ହକି ଷ୍ଟିକ ଓ ବେଶ୍ ବଲ୍ ବାଡି ରେ ମୁଣ୍ଡ,ହାତ ଓ ଗୋଡ଼କୁ ପ୍ରବଳ ପ୍ରହାର କରିଥିଲେ

ଯାହାଫଳରେ କି ରବି ପ୍ରଧାନଙ୍କ ମୁଣ୍ଡ ରେ ଗଭୀର ଆଘାତ ଲାଗିବ ସହ ଡାହାଣ ଗୋଡ଼ ଓ ହାତ ଭାଙ୍ଗି ଯାଇଛି।ଉକ୍ତ ଘଟଣା ଘଟାଇବା ପରେ ଦୂର୍ବୁତ ମାନେ ଉକ୍ତ ସ୍ଥାନରୁ ଫେରାର ଅଛନ୍ତି ବୋଲି ବିଶେଷ ସୂତ୍ରରୁ ଜଣା ପଡ଼ିଛି।
ଦିଗପହଣ୍ଡି ରୁ ଶିବ ପ୍ରସାଦ ରଥ

Share this…
Share on Facebook

Facebook