ସୋର-ବାଲେଶ୍ବର ଜିଲ୍ଲା ଔପଦା ର ପଂଚାୟତ ସମିତି ଉପାଧ୍ୟକ୍ଷ ପଦରେ ବରିଷ୍ଠ କଂଗ୍ରେସ ନେତା ତଥା ବଡ଼ପୋଖରୀ ପଂଚାୟତ ର ସମିତି ସଭ୍ୟ ପ୍ରଭାକର ସାହୁ ନିର୍ଦ୍ଧନ୍ଦ ରେ ନିର୍ବାଚିତ ହୋଇଛନ୍ତି। ଶ୍ରୀ ସାହୁ ପାର୍ଥିପତ୍ର ଦାଖଲ କରିଥିବା ବେଳେ ଅନ୍ୟ ଦଳ ପକ୍ଷରୁ କେହି ପାର୍ଥିପତ୍ର ଦାଖଲ କରି ନ ଥିଲେ। ଉପାଧ୍ୟକ୍ଷ ଶ୍ରୀ ସାହୁ ତାଙ୍କ ପ୍ରତିକ୍ରିୟା ରେ କଂଗ୍ରେସ, ବିଜେଡ଼ି, ଓ ସିପିଆଇ ର ମିଳିତ ମେଣ୍ଟ ରେ ମୁଁ ଏହି ପଦ ପାଇ ପାରିଛି। ଔପଦା ପଞ୍ଚାୟତ ସମିତି କୁ ସୁପରି ଚାଳନା ପାଇଁ ଅଧକ୍ଷା ଓ ନିର୍ବାଚିତ ସଦସ୍ୟ ଙ୍କ ସହଯୋଗ ରେ
ଦୁର୍ନୀତି ମୁକ୍ତ କରିବା ପାଇଁ ପ୍ରୟାସ ଜାରି ରଖିବି ବୋଲି କହିଛନ୍ତି। ଶ୍ରୀ ସାହୁ ଅଞ୍ଚଳରେ ଲୋକଙ୍କ ସମସ୍ୟା ସବୁବେଳେ ବୁଝିବେ ବୋଲି କହିଛନ୍ତି।
ଉପାଧ୍ୟକ୍ଷ ପଦ ଘୋଷଣା ପରେ ଅଧକ୍ଷା ବିସିବିସ୍ପା ପାତ୍ର ,ଉପାଧ୍ୟକ୍ଷ ଶ୍ରୀ ସାହୁ ଙ୍କ ସହିତ ବିଭିନ୍ନ ପଂଚାୟତ ର ସରପଞ୍ଚ, ସମିତି ସଦସ୍ୟ ଙ୍କୁ ବିଡ଼ିଓ ଅଭିଷେକ ଦାସ ଔପଦା ରେ ଏକ କୋଟ ଖୋଲିବା ପାଇଁ ସରକାରୀ ସ୍ତରରେ ମଞ୍ଜୁର ମିଳିଥିବା ବେଳେ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି କହିଥିଲେ।ଶେଷରେ ଶ୍ରୀ ସାହୁଙ୍କୁ ଔପଦା ବ୍ଲକ ର କଂଗ୍ରେସ କର୍ମୀମାନେ ସ୍ୱାଗତ ସମ୍ବର୍ଦ୍ଧନା କରିବା ସହ ବଜାର ପରିକ୍ରମା କରିଥିଲେ। ରିପୋର୍ଟ-ଶରତ ନାୟକ