ପିପିଲି ପୌର ନିର୍ବାଚନରେ ରାଜନୈତିକ ହିଂସା

ପିପିଲି : ପିପିଲି ପୌର ନିର୍ବାଚନରେ ରାଜନୈତିକ ହିଂସା । ଆଜି ପିପିଲି ପୌର ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ଚାଲିଥିବା ବେଳେ ୭ନଂ ୱାର୍ଡ଼ର ୯ନଂ ବୁଥରେ ଏଜେଂଟଙ୍କୁ ଆକ୍ରମଣ ହୋଇଛି । ବିଜେପି ସମର୍ଥିତ ଏଜେଣ୍ଟ ଅନିଲ କୁମାର ସିଂଙ୍କୁ ଆକ୍ରମଣ ହୋଇଥିବା ବେଳେ ତାଙ୍କ ମୁଣ୍ଡ ଓ ଦେହରେ ଗଭୀର ଆଘାତ ଲାଗିଛି । ତେବେ ବିଜେଡି କର୍ମୀ ସମର୍ଥିତ ଆକ୍ରମଣ କରିଥିବା ଜଣା ପଡ଼ିଛି ।

ତେବେ ଅନିଲଙ୍କୁ ଗୁରୁତର ଅବସ୍ଥାରେ ପିପିଲି ମେଡ଼ିକାଲରେ ଭର୍ତ୍ତି କରା ଯାଇଛି । ବୁଥରେ ଉତେଜନା ଲାଗି ରହିଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଂଚି ଉତେଜନାକୁ ଆୟତକୁ ଆଣିଛି । ତେବେ ୭ନଂ ବୁଥରେ ବିଜେପି କର୍ମୀଙ୍କୁ ଆକ୍ରମଣ ଖବର ପ୍ରଘଂଟ ପରେ ୯ ନଂ ବୁଥରେ ଉତେଜନା ଦେଖିବାକୁ ମିଳିଛି । ବ୍ୟୁରେ ରିପୋର୍ଟ ଅଫତାବ୍ ନ୍ୟୁଜ୍ ।

Share this…
Share on Facebook

Facebook