କୁକୁଡାଖଣ୍ଡି : କୁକୁଡାଖଣ୍ଡି ବ୍ଲକ ଉପାଧ୍ୟକ୍ଷା ପଦବୀ ନିମନ୍ତେ ବ୍ଲକ କାର୍ଯ୍ୟାଳୟ ପରିସରରେ ଆଜି ନିର୍ବାଚନ ଅନୁଷ୍ଟିତ ହୋଇଥିଲା ।ନିର୍ଦ୍ଧାରିତ ସମୟ ୧୦.୩୦ ମିନିଟରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ବିଜୁ ଜନତା ଦଳ ସମର୍ଥିତ ପାର୍ଥି ଭାବରେ ସିହଳା ସମିତି ସଭ୍ୟ ବିଷ୍ଣୁ ପ୍ରିୟା ପାତ୍ର ନାମାଙ୍କନ ପତ୍ର ଦାଖଲ କରିଥିଲେ ।ସରକାରୀ ନିୟମ ଅନୁଯାୟୀ ଅନ୍ୟ କେହି ପାର୍ଥି ପତ୍ର ଦାଖଲ କରିନଥିବାରୁ ଶ୍ରୀମତି ପାତ୍ର ନିର୍ଦ୍ୱନ୍ଦରେ ବ୍ଲକ ଉପାଧ୍ୟକ୍ଷା ଭାବରେ ନିର୍ବାଚିତ ହୋଇଥିବା ବିଦ୍ଧିବଦ୍ଧ ଭାବରେ ନିର୍ବାଚନ ଅଧିକାରୀ ଘୋଷଣା କରିଥିଲେ । ପରବର୍ତ୍ତୀ ସମୟରେ ନବନିର୍ବାଚିତ ବ୍ଲକ ଉପାଧ୍ୟକ୍ଷା ବିଷ୍ଣୁପ୍ରିୟାଙ୍କୁ ଉପସ୍ଥିତ ସମିତିସଭ୍ୟ, ସରପଞ୍ଚ ଓ ବ୍ଲକ ଅଧକ୍ଷ କାମାକ୍ଷା ପ୍ରସାଦ ପାତ୍ର ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିପ୍ଳବ ପାତ୍ର ସ୍ୱାଗତ କରିବା ସହ ଏକ ଶୋଭା ଯାତ୍ରାରେ ବାହାରି ସ୍ଥାନୀୟ ବ୍ଲକ ଅଞ୍ଚଳ ଏବଂ ଦକ୍ଷିଣପୁର ପଞ୍ଚାୟତ ପରିକ୍ରମା କରିଥିଲେ ।
ଏହି ଅବସରରେ ବିଜେଡି ଯୁବ ନେତା ଉଦୟ ବେହେରା, ବରିଷ୍ଟ ବିଜେଡ଼ି ଯୁବ ନେତା ସନାତନ ସଂଗ୍ରାମ ସିଂ , ବଉଳଝୋଲି ସମିତି ସଭ୍ୟା
ଲିଲି ସଂଗ୍ରାମ ସିଂ,ସୁଧୀର ରାଉତ,ଲାଞ୍ଜିଆ ସମିତି ସଭ୍ୟ କାହୁଁ ଚରଣ ପାତ୍ର,ନିରୁପମା ପାତ୍ର, ଯତୀନ୍ଦ୍ର ପାତ୍ର,ସିମାଞ୍ଚଳ ପାତ୍ର, ଚଣ୍ଡି ଚରଣ ସାହୁ,କିଶୋର ପାତ୍ର, ଶଙ୍କର ଗୌଡ଼, କେ ଚନ୍ଦ୍ରଶେଖର, ଏଲ. ମୋହନ ଦାସ,ବି. ରବୀନ୍ଦ୍ର ପାତ୍ର, ସନ୍ତୋଷ ଚୌଧୁରୀ,ମିଟୁ ଭାଇ,ଶିବ ଶଙ୍କର ପାତ୍ର ,ଗୌରୀ ଶଙ୍କର ପାତ୍ର ,କୈଳାଶ ବିଷୋୟୀ, ସଦାନନ୍ଦ ଗୌଡ଼ଙ୍କ ସମେତ ଅନ୍ୟ ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ଥିଲେ ।