ନିଶ୍ଚିତକୋଇଲି ବ୍ଲକରେ ବିଜେଡି ବାଜି ମାରି ନେଲା

ନିଶ୍ଚିନ୍ତକୋଇଲି ବ୍ଲକ ରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନୀତି ଓ ଆଦର୍ଶ ରେ ଅନୁପ୍ରାଣିତ ଯୁବନେତା ଅଶୋକ କୁମାର ଓଝା ନିର୍ଦ୍ୱନ୍ଦରେ ବ୍ଲକ ଉପାଧ୍ୟକ୍ଷା ଭାବେ ବିଜୟ ଲାଭ ପରେ ସମଗ୍ର ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳରେ ଆନନ୍ଦର ଲହରୀ ଖେଳିଯାଇଛି । ଏହି ଅବସରରେ ପ୍ରଥମେ ଶ୍ରୀ ଓଝା ଜିଗ୍ନିପୁର ସ୍ଥିତ ପ୍ରସିଦ୍ଧ ବ୍ରହ୍ମକ୍ଷେତ୍ର ପୀଠ ବଳଦେବଜୀଉଙ୍କ ଆଶୀର୍ବାଦ ନେଲାପରେ ଏକ ବିରାଟ ରାଲି ମାଧ୍ୟମରେ ବଜାର ପରିଭ୍ରମଣ କରିଥିଲେ ।

ଏହି ଅବସରରେ ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳର ସମସ୍ତ ବିଜୁ ଜନତା ଦଳ କର୍ମୀ ଓ ସ୍ଥାନୀୟ ଅଞ୍ଚଳବାସୀ ଶ୍ରୀ ଓଝାଙ୍କୁ ପୁଷ୍ପଗୁଛ,ଉତରୀୟ ପ୍ରଦାନ କରି ସମର୍ଦ୍ଧିତ କରିଥିଲେ । (byte ) ନିଶ୍ଚିନ୍ତକୋଇଲି ରୁ ଦେବେନ୍ଦ୍ର ଷଡ଼ଙ୍ଗୀ ଙ୍କ ରିପୋର୍ଟ ।

Share this…
Share on Facebook

Facebook