କାମାକ୍ଷାନଗର :-ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ରେ ଆଜି ଶେଷ ଦିନ ନିର୍ବାଚନ ପ୍ରଚାର ସରିଯାଇଛି l ନିର୍ବାଚନ ପ୍ରଚାର ସରିବା ପରେ ପୌର ନିର୍ବାଚନ କିଭଳି ଭାବରେ ଶାନ୍ତି ଶୃଙ୍ଖଳା ର ସହିତ ଅବାଧ ରେ ପରିଚlଳିତ କରାଯିବ ଏଥି ନେଇ ଆଜି ପୋଲିସ ପ୍ରଶାସନ ତରଫରୁ କାମାକ୍ଷାନଗର ବିଜ୍ଞାପିତ ଅଂଚଳ ପରିସରରେ ର ଫ୍ଲାଗ ମାର୍ଚ୍ଚ କରାଯାଇଥିଲା l
ସମ୍ବେଦନଶୀଳ ବୁଥ୍ ଚାରି ଟି ଥିବାବେଳେ ଅତି ସମ୍ବେଦନଶୀଳ ବୁଥ୍ ଗୋଟିଏ ରହିଛି ତାକୁ ଆଖି ଆଗରେ ରଖି ଅlଡିସନାଲ ଏସ୍ପି ପୁରୁଷୋତ୍ତମ ସେଠୀଙ୍କ ଦାୟିତ୍ୱ ରେ ଚାରି ସେକ୍ସନ ପୋଲିସ ଫୋର୍ସ ଙ୍କ ସହିତ ଦୁଇ ଜଣ ସବିନ୍ସପେକ୍ଟର, ଦୁଇ ଜଣ ଇନ୍ସପେକ୍ଟର, ଜଣେ ଡ଼ିଏସ୍ପି, ଓ ଦୁଇଟି ମୋବାଇଲ ଭ୍ୟାନ ଏହି ଫ୍ଲାଗ ମାର୍ଚ୍ଚ ରେ ସାମିଲ ହୋଇଥିଲେ l
କାମାକ୍ଷାନଗର ବିଜ୍ଞାପିତ ଅଂଚଳ ରେ ପୋଲିସ ପ୍ରଶାସନ ଏହି ଫ୍ଲାଗ ମାର୍ଚ୍ଚ କରି କାମାକ୍ଷାନଗର ର ପନ୍ଦର ଗୋଟି ୱାଡ଼ ରେ ବୁଲି କିଭଳି ଭାବରେ ନିର୍ବାଚନ ସୁରୁଖୁରୁରେ ହୋଇପାରିବ ସେ ନେଇ ଲୋକଙ୍କୁ ସଚେତନ କରାଯାଇଥିଲା lରିପୋଟର :- ପଦ୍ମନାଭ ଦାସ