ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟାକାଣ୍ଡ ଘଟଣା; 4 ଅଭିଯୁକ୍ତ ଗିରଫ

ପୁରୀ : ଶ୍ରୀମନ୍ଦିର ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟାକାଣ୍ଡ ଘଟଣା ରେ ଫେରାର ଥିବା ଅନ୍ୟ 4 ଅଭିଯୁକ୍ତ କୁ ପୁରୀ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ 4 ଜଣ ହେଲେ କୁନମୁନ ସୁଆର , ଟୁଟୁ ମହାପାତ୍ର , ହରି ପଣ୍ଡା ଜଗନ ଖଟେଇ । ଏହି ଅଭିଯୁକ୍ତ ମାନେ କୃଷ୍ନ ଙ୍କୁ ଗୁଳି କରି ହତ୍ୟା କରିଥିଲେ । ପୁରୀ ଏସପି ଙ୍କ ସୂଚନା ଅନୁଯାୟୀ ଏହି 4 ଅଭିଯୁକ୍ତ ହତ୍ୟାକାଣ୍ଡ କରି ଖସି ପଳାଇ ଥିଲେ।ପ୍ରଥମେ ପୁରୀ ସାତପଡା ଜଙ୍ଗଲ ରେ ଲୁଚି ରହିବା ପରେ ଚିଲିକା ଭିତରେ ଏକ ବୋଟ ରେ 2 ଦିନ 2 ରାତି ରହିଥିଲେ। ପରେ ସେମାନେ ରାଜ୍ୟ ବାହାର କୁ ଖସି ଯିବାପାଇଁ ଯୋଜନା କରି ବ୍ରହ୍ମପୁର ଓ ପରେ କୋରାପୁଟ ଯାଇ ଥିଲେ। ତେବେ ପୋଲିସତାଙ୍କୁ ଶେଷ ରେ କୋରାପୁଟ ରୁ ଧରିବାରେ ସଫଳ ହୋଇଛି।

ତେବେ ଶ୍ରୀମନ୍ଦିର ସେବାୟତ କୃଷ୍ନଚନ୍ଦ୍ର ପ୍ରତିହାରୀ ହତ୍ୟାକାଣ୍ଡ ଘଟଣା ରେ ପୁରୀ ପୋଲିସ ପୂର୍ବରୁ 6 ଜଣ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ହତ୍ୟାକାଣ୍ଡ ର ମୁଖ୍ୟ ଷଡଯନ୍ତ୍ରକାରୀ କାଳିଆ ସିଂହାରି ଓ ତାଙ୍କ ପୁଅ ଦୋଳ ଗୋବିନ୍ଦ ସିଂହାରି ଙ୍କୁ ପୋଲିସ ଗିରଫ କରି ସାରିଛି । 2012 ମସିହାରେ ସେବାୟତ ଗୁନ ସିଂହାରି ହତ୍ୟାକାଣ୍ଡ ଘଟଣା ପ୍ରତିଶୋଧ ନେଇ ଏହି ହତ୍ୟାକାଣ୍ଡ ଘଟିଛି । ଗୁନ ସିଂହାରି ଙ୍କ ହତ୍ୟା ମାମଲା ରେ ମୃତ କୃଷ୍ଣଚନ୍ଦ୍ର ପ୍ରତିହାରୀ ସାମିଲ ନେଇ ପୂର୍ବରୁ ତାଙ୍କୁ ଗିରଫ କରାଯାଇଥିଲା। ପରେ ପ୍ରମାଣ ଅଭାବ ରୁ କୃଷ୍ଣଚନ୍ଦ୍ର ପ୍ରତିହାରୀ କୋର୍ଟ ରୁ ନିର୍ଦୋଷ ରେ ଖଲାସ ହୋଇ ଥିଲେ ।

ଏହି ଘଟଣା ର ପ୍ରତିଶୋଧ ନେବା ପାଇଁ ଗୁନ ସିଂହାରି ଙ୍କ ଭାଇ କାଳିଆ ସିଂହାରି ଓ ତାଙ୍କ ପୁଅ ଦୋଳ ଗୋବିନ୍ଦ ସିଂହାରି ମିଶି କୃଷ୍ନଚନ୍ଦ୍ର ଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରିଥିଲେ। ଗତ 16 ତାରିଖରେ ବାରବାଟୀ ଜାଗା ରେ କୃଷ୍ନଚନ୍ଦ୍ର ବସିଥିବା ବେଳେ ଅଭିଯୁକ୍ତ ମାନେ ଗୁଳି କରି କୃଷ୍ଣଚନ୍ଦ୍ର ଙ୍କୁ ହତ୍ୟା କରିଥିଲେ।

 

Share this…
Share on Facebook

Facebook