ପିପିଲି.ଶୈାଚ କରିବାକୁ ଯାଇଥିବା ବେଳେ ମହିଳାଙ୍କୁ ଏକାଧିକ ଲୋକ ଯୋରଜବରଦସ୍ତ ଅସଦାଆଚରଣ କରିଥିବା ବଳଙ୍ଗା ଥାନାରେ ଅଭିଯୋଗ ହୋଇଛି । । ଉକ୍ତ ମହିଳା ଜଣକ ବଳଙ୍ଗା ଥାନା ଅନ୍ତର୍ଗତ କମାକନ୍ତିଆ ଗ୍ରାମର ବୋଲି ଜଣାପଡିଛି । ମହିଳାଙ୍କ ଅଭିଯୋଗ ଅନୁଯାୟୀ ଗତ ଶନିବାର ସଂଧ୍ୟା ୭ଟା ସମୟରେ ନିକଟ ନଇ ବନ୍ଧକୁ ଶୈାଚ ହେବାକୁ ଯାଇଥିବା ବେଳେ ପୁର୍ବ ଆକ୍ରୋଶକୁ କେନ୍ଦ୍ରକରି ଏହି ଥାନା ଅନ୍ତର୍ଗତ ଭୋଗପାଟଳୀ ଗ୍ରାମର ୪ଜଣ ବ୍ୟକ୍ତି ମାରଣାସ୍ତ୍ର ସହ ଭୟଭୀତ ଦେଖାଇ ଅସଦାଚରଣ କରିଥିଲେ । ଏନେଇ ମହିଳା ଜଣକ ବଳଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏଥିରେ ମହିଳା ଜଣକ ଭୟଭିତ ଥିବା ଜଣାପଡିଥିବା ବେଳେ ତାଙ୍କ ଜୀବନ ପ୍ରତି ବିପଦ ଥିବା ସେ କହିବା ସହ ଦୋଷି ବିରୁଦ୍ଧରେ ପୋଲିସ ଦୃଢ କାର୍ଯ୍ୟାନୁଷ୍ଠନା ଗ୍ରହଣ କରିବାକୁ ମହିଳା ଜଣକ ଦାବୀ କରିଛନ୍ତି ।
ସେହିଭଳି ଅପରପକ୍ଷେ ମଧ୍ୟ ଏହି ମହିଳାଙ୍କ ସ୍ୱାମୀଙ୍କ ବିରୁଦ୍ଧରେ ଉକ୍ତ କମାକନ୍ତିଆ ଗ୍ରାମର ଅର୍ଜ୍ଜୁନ ସ୍ୱାଇଁ ପାଲଟା ଅଭିଯୋଗ କରିଛନ୍ତି । ପୁର୍ବବିବାଦକୁ କେନ୍ଦ୍ର କରି ଏହି ୨ ଗୋଷ୍ଟୀ ମଧ୍ୟରେ ଏଭଳି ଘଟଣା ଘଟି ବଳଙ୍ଗା ଥାନାରେ ଅଭିଯୋଗ ହୋଇଛି । ଉଭୟଙ୍କ ଅଭିଯୋଗକୁ ଭିତିକରି ନିରପକ୍ଷ ତଦନ୍ତ କରୁଥିବା ପିପିଲି ଏସଡିପିଓ ଦେବଦତ ବରାଳ ସୁଚନା ଦେଇଛନ୍ତି ।