କୋରାପୁଟ ଜିଲ୍ଲା ଓଡିଶା ଆନ୍ଧ୍ର ମଧ୍ୟରେ ବିବାଦ ଲାଗି ରହିଥିବା କୋଟିଆ ଗ୍ରାମ ପଞ୍ଚାୟତର
ରଣାସିଂ,କୁରୁଡିପଦର,ଉପରସେମ୍ବି,ତଳସେମ୍ବି ଗ୍ରାମ ଠାରେ ମହିଳା ସ୍ଵୟସହାୟକ୍ ଗୋଷ୍ଠୀଙ୍କୁ କୁକୁଡ଼ା ଚିଆ ଏବଂ ୫୦୦ ଟଙ୍କା ସହାୟତା ରାଶି ପ୍ରାଣୀ ଚିକିତ୍ସା ବିଭାଗ କୋରାପୁଟ ପକ୍ଷରୁ ବଣ୍ଟନ କରଯାଇଛି।ପ୍ରାଣୀ ଚିକିତ୍ସା ବିଭାଗ କୋରାପୁଟ ଙ୍କ ନିର୍ଦ୍ଧେଶ କ୍ରମେ ପ୍ରାଣୀ ଚିକିତ୍ସା ବିଭାଗ ପଟାଙ୍ଗି ର ଅଧିକାରୀ
ବ୍ଲକ୍ ଭେଟିନେରି ଅଧିକାରି ଅଭିମନ୍ୟୁ ରାଉଳତ ଙ୍କ ଅଧ୍ୟକ୍ଷତାରେ ଉକ୍ତ କାର୍ଯ୍ୟ କ୍ରମଟି ଆୟୋଜିତ ହୋଇଥିଲା।
ରଣାସିଂ ୩୦ ଗୋଟି, କୁରୁଡିପଦର ୧୦ ଗୋଟି,ଉପରସେମ୍ବି ୧୧ ଗୋଟି ଏବଂ ତଳସେମ୍ବି ୧୯ ଗୋଟି ମହିଳା ସ୍ୱୟସହାୟକ୍ ଗୋଷ୍ଠୀର ପ୍ରତେକ ମହିଳାଙ୍କୁ ୨୫ ଗୋଟି କୁକୁଡ଼ା ଚିୟା ଏବଂ ୫୦୦ ଟଙ୍କା ସହାୟତା ରାଶି ବଣ୍ଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡା ସୋମନାଥ ବରାଳ, ଅଗଷ୍ଟିନ ଭୋତ୍ରା, ବନବିହାରି ଜାନି,ଧନେଶ୍ଵର ବୁରୁଡ଼ି, ଶମ୍ଭୁନାଥ ଫୁଲ ପ୍ରମୁଖ ଉପସ୍ଥିତ ରହି ସହାୟତା କରିଥିଲେ।Reporter-MeghaGuntha