ପୁରୀ ପିପିଲି ରେ ରାଜ ନୈତିକ ହିଂସା। ଦୁର୍ବୁତ୍ତ ପୋଡିଲେ ପିପିଲି ଥିବା କଂଗ୍ରେସ ର କାର୍ଯାଳୟ ।
ପୁଣି ଅଶାନ୍ତ ଆଡକୁ ଯାଉଛି ପିପିଲି ପୌର ନିର୍ବାଚନ ।ଦେଖା ଦେଲେଣି ରାଜନୈତିକ ହିଂସା ।ଆକ୍ରୋଶ ର ଶିକାର ହୋଇଛି କଂଗ୍ରେସ ର ପାର୍ଟି ଅଫିସ । ପିପିଲି NAC 7 ନମ୍ବର ୱାର୍ଡ ଭିତରେ ହୋଇଥିବା କଂଗ୍ରେସ କ୍ୟାମ୍ପ କୁ ବିଳମ୍ବିତ ରାତିରେ ପୋଡି ଦେଇଛନ୍ତି ଦୁର୍ବୁତ୍ତ । କଂଗ୍ରେସ ର ଅଧ୍ୟକ୍ଷ ପ୍ରାର୍ଥୀ ଗୁଣନିଧି ପ୍ରଧାନ କରିଥିବା କଂଗ୍ରେସ କାର୍ଯ୍ୟଳୟ କୁ କେହି ଦୁର୍ବୁତ୍ତ ଗତକାଲି ରାତି ନିଆଁ ଲଗାଇ ଦେଇଥିବା ଜଣାପଡିବା ରେ ଉତେଜନା ଦେଖାଦେଇଛି।
ତେବେ ଅଭିଯୁକ୍ତ ତୁରନ୍ତ ଗିରଫ କରିବକୁ କଂଗ୍ରେସ ଦାବି କରିଛି। ସେପଟେ ପିପିଲି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣା ର ତଦନ୍ତ ଆରଂଭ କରିଚି । ତେବେ ଉତେଜନା କୁ ଦୃଷ୍ଟି ରେ ରଖି ପୋଲିସ ପକ୍ଷରୁ ପରିସ୍ଥିତି କଡା ନଜର ରଖାଯାଇଛି