ରାଇରଙ୍ଗପୁର ପୋଲିସକୁ ବଡ଼ ସଫଳତା

ମୟୁରଭଞ୍ଜ : ରାଇରଙ୍ଗପୁର ପୋଲିସକୁ ବଡ଼ ସଫଳତା । କିଛି ଦିନ ଆଗରୁ ବିଭିନ୍ନ ଜାଗାରୁ ଡ଼କାୟତି କରି ପୋଲିସ କୁ ଚକମା ଦେଇ ଖସି ଯାଉଥିଲେ । ତେବେ ସୁନା , ରପା ସହ ଗୋଟିଏ ବୋଲର ଏବଂ ଗୋଟିଏ ସ୍କରପିଓ ଜବ ଦ କରିଛି ପୋଲିସ । ଡକାୟତି ଘଟଣାରେ ପୋଲିସ ୪ ଜଣ ଡକାୟତଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ଏକ ହୋଲ କାନ ଫୁଲ ରୁପା ପାଉଜି ଜବତ କରିଛି ପୋଲିସ । ଏଥିସହ ୧୨,୫୦୦ ଟଙ୍କା ଜବତ କରିଥୁବା ରବିବାର ଏକ ଖବରଦାତା ସମ୍ମିଳନୀରେ ଅତିରିକ୍ତ। ଏସ୍‌ପି ସନ୍ତୋଷ ମିଶ୍ର ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ ବାଦାମ ପାହାଡ଼ ଅଞ୍ଚଳର ଯୋଗଜିତ ମହାନ୍ତ (ଯୋଗା ) ରାଇରଙ୍ଗପୁର ଅଞ୍ଚଳର ଇଜଦୁଲ ହିକୁ ବାଙ୍ଗରିପୋଷି ଆସନ ବଣି ଅଞ୍ଚଳର ଜଳଧର ନାଏକ ଝାରଖଣ୍ଡ ଅଞ୍ଚଳର ମୋଣ୍ଟୁ ମଣ୍ଡଳ । ଏହି
ଘଟଣାରେ ଅନ୍ୟ ଡକାୟତ ମାନେ ଫେରାର ଥିବା ମଧ୍ୟ ସୁଚନା ଦେଇଛି ପୋଲିସ । ଘଟଣାରୁ ପ୍ରକାଶ ।
ଯେ, ଗତ କିଛି ଦିନ ତଳେ ବିଭିନ୍ନ ଜାଗାରେ ଡକାୟତି ହୋଇଥୁଲା । ଘରେ ଏକୁଟିଆ ଥୁବା ଦେଖି ମହିଳା ମାନଙ୍କୁ ଭୂଜାଲି ଦେଖାଇ ସୁନା ଅଳଙ୍କାର ଓ ବହୁ ପରିମାଣର ରୂପା ଅଳଙ୍କାର ନେଇ ଫେରାର
ହୋଇଯାଉଥିଲେ । ସେହିପରି ୦୮ ତାରିଖ ରାତିରେ ବାଦାମ ପାହାଡ଼ ଜାମୁଡ଼ିହି ଗାଁରେ ଘର କବାଟ ଭାଙ୍ଗି କିଛି ସୁନା ରୁପା ଓ ଟଙ୍କା ଚୋରୀ କରିଥିଲେ । ସେ ଗ୍ୟାଙ୍ଗର ମୁଖ୍ୟ ଯୋଗଦିତ ମହାନ୍ତ ସେ ବାଦାମ ପାହାଡ଼ ଅଞ୍ଚଳର ରହିଥିବା ବେଳେ ଅନ୍ୟ ତିନି ଜଣ କୁ ପୋଲିସ ଗିରଫ କରିଥିବା ବେଳେ ଆଉ କିଛି ଫେରାର ଅଛନ୍ତି । ତେବେ ଫେରାର ଥିବା ଅଭିଯୁକ୍ତ ଙ୍କୁ ପୋଲିସ ଖୁବଶୀଘ୍ର ଧରିବ ବୋଲି କହିଛନ୍ତି । ରାଇରଙ୍ଗପୁର
ଥାନାରେ କେଶ ନଂ ୨୭/୨୨ ରେ ଏକ ମାମଲା ରୁଜୁ କରି U/S-457,380 IPC ରେ କେଶ ରୁଜୁ କରି କୋଟ ଚାଲାଣ କରିଛି । ଅନ୍ୟ ମାନଙ୍କ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି । ରାଇରଙ୍ଗପୁର ଆଇଆଇସି ,ବହଲଦା ଆଇ ଆଇ ସି, ବାଦାମ ପାହାଡ଼ IIC ଓ ଅନ୍ୟ ଅଧୁକାରୀ ମାନଙ୍କ ସହିତ ଟିମ ଗଠନ କରାଯାଇଛି ବୋଲି ରାଇରଙ୍ଗପୁର SDPO ସୂଚନା ଦେଇଛନ୍ତି ।
ମୟୁରଭଞ୍ଜ ଜିଲ୍ଲାରୁ ତପନ କୁମାର ଦଣ୍ଡପାଟ

Share this…
Share on Facebook

Facebook