ବଡଝରା ଗ୍ରାମପଞ୍ଚାୟତ କୁଣ୍ଡ ସାହିରେ ଘୋର ଜଳ ସଙ୍କଟ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଳକ ଅନ୍ତର୍ଗତ। ବଡଝରା ଗ୍ରାମପଞ୍ଚାୟତ ରେ ଥିବା କୁଣ୍ଡ ସହି ରେ ଘୋର ଜଳ ସଙ୍କଟ ଦେଖା ଦେଇଛି । ଲୋକଙ୍କ କହିବା ଅନୁଯାୟୀ । ସେମାନେ ବଡଝରା ଗ୍ରାମ ଭିତରୁ ବାହାରି ଗ୍ରାମଠାରୁ ମାତ୍ର 1 କିଲୋମିଟର ଦୂରରେ ଆଜକୁ ପ୍ରାୟ 30 ରୁ 40 ବର୍ଷ ହେବ । କୁଣ୍ଡ ଶାହି ଠାରେ ନିଜର ବସତି ସ୍ଥାପନ କରିଥିଲେ ।

ଏବଂ ସେଠାରେ ପ୍ରାୟ 40ରୁ 50 ଟି ପରିବାର ରହି ଆସୁଥିଲେ ମଧ୍ୟ ତାଙ୍କ ପାଇଁ କେବଳ ମାତ୍ର ଗୋଟିଏ ନଳକୂପ ର ବ୍ୟବସ୍ତା ଅଛି । ଯାହାକି ଖରା ଦିନ ଗୋଡିକରେ ସେନଳକୁପରୁ ମାତ୍ର 5/6 ବାଲ୍ଟି ପାଣି ବାହାରି ବାପରେ ପାଣିସରିଯାଉଛି । ସବୁଠାରୁ ବଡ କଥା ହେଲେ ପଞ୍ଚାୟୟରେ ଥିବା ବସୁଧା ପାନୀୟ ଜଳ ପ୍ରକଳ୍ପର ପାଣି ଗ୍ରାମର ସବୁ ସହିକୁ ଯାଇଥିଲେ ମଧ୍ୟ୍ୟ କୁଣ୍ଡ ସହିପର୍ଯ୍ୟନ୍ତ ପହଂଚିପରିନାହିଁ ।

ସାହିର 500 ମିଟର ପୂର୍ବରୁ ସେ ପାଇପକୁ ଏକ ନାଳରେ ଖୋଲା ଅବସ୍ଥାରେ ଛାଡି ଦିଅ ଯାଇଛି । ଯାହାଫଳରେ ପାଣି ଆସିଲେ ସିଧା ନାଳ ଦେଇ ବହିଯାଥିବା ଶାହି ବାସିନ୍ଦା କହିଛନ୍ତି। ସାଧାରଣ ଲୋକମାନେ ପିଇ ବା ପାଇଁ ପାଣି ଟୋପାଏ ପାଉନଥିବା ବେଳେ ଗାଧୁଇବା ଓ ଗୃହ ପାଳିତ ପଶୁ ଙ୍କ କଥା ନକହିବା ଭଲ । ସ୍ତ୍ରୀଲୋକ ମନେ ପାଖରେ ଥିବା ନାଳ ରୁ ଚୁଆଖୁଳି ପାନୀୟ ଜଳ ସଂଗ୍ରହ କରୁଥିବା କହିଥିଲେ ।ରିପୋଟର – ପ୍ରଶାନ୍ତ କୁମାର ସାହୁ

Share this…
Share on Facebook

Facebook