ପୁରୀରେ ହୋଲିପର୍ବକୁ ମହାଆଡମ୍ବରରେ ପାଳିଲେ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ଓ ଭାରତର ବିଭିନ୍ନ ଜାଗାରୁ ଆସିଥିବା ହଜାର ହଜାର ଶ୍ରଦ୍ଧାଳୁ।
ଆଜି ପୁରୀ ସହର ର ବଡଦାଣ୍ଡ ଠାରୁ ଆରମ୍ଭ କରି ସମୁଦ୍ରକୂଳ ଓ ପ୍ରତ୍ୟେକ ସାହିର ଗଳିକନ୍ଦିରେ ହୋଲିର ମାହୋଲ ପୁରାବାରି ହେଇଯାଉଥିଲା କୋଉ ସାହିରେ ସାଙ୍ଗସାଥି ମାନେ ଏକାଠି ଠିଆ ହୋଇ ରାସ୍ତାରେ ଯାଉଥିବା ଲୋକମାନଙ୍କୁ ରୋକି ଅତି ଭାବରେ ଅତି ପ୍ରେମରେ ଭାଉ ଗୋଟେ ସିଡିଟେ ହଉ କହି ତା ପରେ ପୁରା ମୁହଁସାରା ରଙ୍ଗ ବୋଳି ବିକୃତ କରିଦେଉଥିଲେ, ଆଉ କୋଉଠି ସାଙ୍ଗମାନେ ଏକାଠି ହୋଇ ଡ଼ିଜେ ଲଗାଇ ଡ୍ୟାନ୍ସ କରୁଛନ୍ତି ଓ
ପରସ୍ପର ଭିତରେ ରଙ୍ଗ ଫିଙ୍ଗା ଫିଙ୍ଗି ଖେଳ ଖେଳୁଛନ୍ତି। ଆଜି ପୁରୀ ସହରରେ ଚୁଡଙ୍ଗସାହି ବଡୁମହାପାତ୍ର ଜାଗା ନିକଟରେ କିଛି ଯୁବକ ପୁରା ଗାଁ ଢାଞ୍ଚାରେ ଗୋଟେ ପିଲାକୁ ମୂର୍ଦାର କରି ତାକୁ କୋକେଇରେ ନଦୀ ଡୁଆରେ ଡୁଆରେ ଥୋଇ କାନ୍ଦ ବୋବାଳି ପକାଇ ରାମନାମ ସତ୍ୟହେ କହି ଡାକ ଛାଡି ଘରୁ ଘରୁ ଭୋଜି କରିବା ପାଇଁ ପଇସା ଆଦାୟ କରୁଥିବାର ଦୃଶ୍ୟ ଅତି କୌତୁହଳ ପୁର୍ଣ
ଆନନ୍ଦଦାୟକ ଥିଲା। ଆଜି ପୁରୀ ବେଳାଭୂମିରେ ଲକ୍ଷ୍ୟ ଲକ୍ଷ୍ୟ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା ଅତି ଆନନ୍ଦ ର ସହିତ ଅତି କୋଳାହଳ ରେ ନା ଥିଲା କିଛି କୋଭିଡ କଟକଣା ନା ଥିଲା ମାକ୍ସ ସାରା ବିଶ୍ୱର ଲକ୍ଷ ଲକ୍ଷ ପର୍ଯ୍ୟଟନ ହୋଲିଖେଳି ସମୁଦ୍ରରେ ଗାଧୋଇବାର ମଜାଣେଇଥିଲେ।