ଭଦ୍ରକ: ଭଦ୍ରକ ଟାଉନ ଥାନା ଅସ୍ତଳ ଛକରେ ଗ୍ୟାସ ସିଲିଣ୍ଡର ଫାଟି ଜଣେ ମହିଳା ଗୁରୁତର । ନିଆଁରେ ୫ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ରମେଶ ଲାଲଙ୍କ ସ୍ତ୍ରୀ ଘରେ ରୋଷେଇ କରୁଥିଲେ। ଏହି ସମୟରେ ହଠାତ୍ ଗ୍ୟାସ ସିଲିଣ୍ଡରଟି ବିସ୍ଫୋରଣ ହୋଇଥିଲା। ପରେ ପାଖରେ ଥିବା ଆଉ ଗୋଟିଏ ଗ୍ୟାସ ସିଲିଣ୍ଡର ମଧ୍ୟ ଫାଟି ଯାଇଥିଲା। ଦୁଇଟି ସିଲିଣ୍ଡର ଫାଟିଯିବାରୁ ନିଆଁ ଚାରିଆଡ଼େ ବ୍ୟାପିଯାଇଥିଲା।
ନିଆଁ ଲାଗିବା ସମୟରେ ରମେଶଙ୍କ ପତ୍ନୀ ଘରେ ଏକା ଥିଲେ। ସେ ନିଆଁରେ ପୋଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ନିଆଁ ଲାଗି ଘରର ଆସବାପତ୍ର ଓ ଅନ୍ୟ ଜିନିଷ ପୋଡ଼ିଯାଇଛି। ୩ଟି ଦମକଳ ଗାଡ଼ି ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି। ଆହତ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।