କୋଣାର୍କ: :- ପଦ୍ମଶ୍ରୀ ସ୍ୱର୍ଗତ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ଦ୍ବାରା ଅର୍କ ବିହାର, କୋଣାର୍କ ଠାରେ ପ୍ରତିଷ୍ଠିତ ସାଂସ୍କୃତିକ ଗୁରୁକୁଳ ଆଶ୍ରମ କୋଣାର୍କ ନାଟ୍ୟ ମଣ୍ଡପ ପରିସରରେ ଆସନ୍ତା 20 ତାରିଖରେ”36ତମ କୋଣାର୍କ ନୃତ୍ୟ ଓ ସଙ୍ଗୀତ ଉତ୍ସବ” ଉପଲକ୍ଷେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଆସନ୍ତା ମାର୍ଚ୍ଚ ୨୦ ତାରିଖରେ ସକାଳ ୧୦ ଘଟିକାରୁ ଅପରାହ୍ନ ୪ ଘଟିକା ଯାଏଁ ୨୬ତମ କୋଣାର୍କ ସାହିତ୍ୟ ଉତ୍ସବ ପାଳିତ ହେବ। ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ବିଶିଷ୍ଟ ସାହିତ୍ୟିକ ମାନେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିବେ ବୋଲି ନାଟ୍ୟ ମଣ୍ଡପ ତରଫରୁ ସୂଚନା ରହିଛି।
20 ତାରିଖ ସଂଧ୍ୟା ୬.୩୦ ରେ ଓଡ଼ିଶୀ ସଙ୍ଗୀତରେ ଭୁବନେଶ୍ୱରରୁ ଗୁରୁ ଡ଼ଃ ଧୀରଜ ମହାପାତ୍ର ଓ ସାଗରିକା କୁଣ୍ଡୁ, ଓଡ଼ିଶୀ ନୃତ୍ୟରେ ଗୁରୁ ଡ଼ଃ ପିତାମ୍ବର ବିଶ୍ବାଳ ଓ ସାଥୀ, ସୁରଭି ଅନୁଷ୍ଠାନ ଭୁବନେଶ୍ୱର ଓ ତୃତୀୟ ଚରଣରେ ଜଣାଶୁଣା ଛଉ ନୃତ୍ୟ ଗୁରୁ ଡ଼ଃ ରମଣୀ ରଂଜନ ଜେନା ଓ ସାଥୀ ମାନଙ୍କ ଦ୍ଵାରା ଛଉ ନୃତ୍ୟ ପରିବେଷଣ କରାଯିବ ବୋଲି କୋଣାର୍କ ନାଟ୍ୟ ମଣ୍ଡପର ଯୁଗ୍ମ ସମ୍ପାଦକ ଗୁରୁପଦ ବଳିଆରସିଂହ ସୂଚନା ଦେଇଛନ୍ତି। କୋଣାର୍କ ରୁ ପ୍ରଦ୍ୟୁମ୍ନ ବେହେରା mpx tv