ନିମାପଡା-ପୌର ନିର୍ବାଚନକୁ ନେଇ ପୁରୀ ଜିଲ୍ଲା ନିମାପଡାରେ ରାଜନୈତିକ ବତାବରଣ ପୁରା ସରଗରମ ହୋଇପଡିଛି।ବିଜେପି ପ୍ରାଥିଙ୍କୁ ଜିତାଇବା ପାଇଁ ଦଳ ବିଭିନ୍ନ ପ୍ରକାର ରଣ କୌଶଳ ପ୍ରୟୋଗ କରିଛି। ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ବହ୍ମଗିରି ବିଧାୟକ ଲଲିଟେନ୍ଦୁ ବିଦ୍ୟାଧର ମହାପାତ୍ର ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ ଏବଂ
ରାଜ୍ୟ ବିଜେପି ଉପସଭାନେତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ପୁରୁଣା ବସ ଷ୍ଟାଣ୍ଡ ଠାରୁ ବିଶାଳ ଶୋଭାଯାତ୍ରା ରେ ବାହାରି ଦଳର ସମସ୍ତ ୧୧ଟି କାଉନସିଲର ଏବଂ ଅଧକ୍ଷା ପ୍ରାଥୀନି ବିଲୁପ୍ତା ପ୍ରିୟଦର୍ଶିନୀ ମହାନ୍ତି ଙ୍କ ସପକ୍ଷରେ ପ୍ରଚାର କରିଛନ୍ତି। ଚଳିତ ନିର୍ବାଚନରେ ଦଳ ନିଶ୍ଚିତ ବିଜୟ ଲାଭ କରିବ ବୋଲି ରାଜ୍ୟ ମୁଖିଆ ପ୍ରତିକ୍ରିୟା ରଖିଛନ୍ତି।
ନିମାପଡା ରୁ ପ୍ରଦ୍ୟୁମ୍ନ ବେହେରା mpx tv